କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକ ଙ୍କୁ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିନେଇ ରାଜ୍ୟ ଯୋଜନା ସମନ୍ବୟ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗନ୍ନାଥ ବିଧାୟକ ହେବାର ପ୍ରଥମ ପାଳିରେ ୨ ଥର ତାଙ୍କୁ ମୁଖ୍ୟମନ୍ତ୍ରୀ ଆସ୍ଥା ରଖି ଗୁରୁ ଦାୟିତ୍ୱ ଦେଇଥିବାରୁ ଜଗନ୍ନାଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।