ବାରିପଦାରେ ହେବାକୁ ଯାଉଛି ଫାୟାର ପାର୍କ ତଥା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଉଦ୍ୟାନ। ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱର ଠାରେ ଫାୟାର୍ ପାର୍କ ସ୍ଥାପନ ହୋଇଥିବା ବେଳେ ଦ୍ୱିତୀୟ ପାର୍କ ହେବ ବାରିପଦାରେ।
ବାରିପଦା ସ୍ଥିତ ଅଗ୍ନିଶମ କେନ୍ଦ୍ର ଠାରେ ଉକ୍ତ ଫାୟାର ପାର୍କ ହେବା ସହ ଅଗ୍ନି ନିର୍ବାପକ ଯନ୍ତ୍ର ସହ ବିପର୍ଯ୍ୟୟ ପରିଚାଳନା ଜନସାଧାରଣ ସମେତ ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ମହାନିର୍ଦ୍ଦେଶକ ଅଗ୍ନିଶମ ବାହିନୀ ପତ୍ର ସଂଖ୍ୟା ୪୨୦୭/୨୨ରେ ସୂଚନା ଦେଇଛନ୍ତି।