ବରଗଡ଼ ଜିଲ୍ଲା ଥୁଆପାଲିଠାରୁ କିଛି ଦୂରରେ ଥିବା ପର୍ବତ ଉପରେ ମା’ଙ୍କ ପୂଜା ରେ ଆଜି ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି। ନିଜ ନିଜର ମାନସିକ କରିଥିବା ଜିନିଷଗୁଡିକ ଧରି ଶ୍ରଦ୍ଧାଳୁମାନେ ଏଠାରେ ପହଞ୍ଚିଯାଆନ୍ତି।
ରାତ୍ରିରେ ନାଟକ ତଥା ଆଖପାଖ ଗାଁ ଗୁଡିକରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଏହା ବହୁ ବର୍ଷ ଧରି ଧରି ଚାଲିଆସୁଛି। ଅନେକ ଛୋଟ ଛୋଟ ଦୋକାନବଜାର ପର୍ବତ ତଳୁ ଉପର ପର୍ଯ୍ୟନ୍ତ ବିକ୍ରିକରିବା ପାଇଁ ବସିଥାଏ ।