ନିଖୋଜ ଆସ୍କାର ପୂର୍ବତନ ବିଧାୟକଙ୍କୁ ଖୋଜୁଛି ପୁଲିସ

ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ୧୨ ତାରିଖରୁ ନିଖୋଜ ଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦେବା ପରେ ସମ୍ପର୍କୀୟମାନଙ୍କୁ ପଚରାଉଚରା କରି ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଏହା ସହ ସରୋଜଙ୍କ ଫଟୋ ସହ ସମସ୍ତ ତଥ୍ୟ ବିଭିନ୍ନ ଥାନାକୁ ସେୟାର କରାଯାଇଥିବା ବେଳେ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଓ ସନ୍ଦେହ କରାଯାଉଥିବା ସ୍ଥାନ ଗୁଡ଼ିକରେ ଯାଞ୍ଚ କରୁଛି ପୁଲିସ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes