ନାବାଳିକାକୁ ଅପହରଣ ଘଟଣାରେ ଯୁବକ କୋର୍ଟ ଚାଲାଣ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅଙ୍ଗାରପଡା ଗ୍ରାମର ୧୩ ବର୍ଷୀୟା ନାବାଳିକାକୁ ଭଲ ପାଇବା ପରେ ଘର ଲୋକ ଅଜାଣତରେ ଅପହରଣ କରି ୨ଦିନ ହେବ ନିଖଜ ଥିଲା । ଝିଅର ଲୋକ ଅଭିଯୋଗ ପରେ ଏହି ଘଟଣାରେ ୨୨ ବର୍ଷୀୟ ଯୁବକ ବାଲମା ଗ୍ରାମର ନାରାୟଣ ମାର୍ଣ୍ଡିଙ୍କୁ ଗିରଫ କରିଛି ପୁଲିସ ।

ଝିଅଟିକୁ ନେଇ ନାରାୟଣ ବାଲିନାଳ ଗ୍ରାମର ସମ୍ପର୍କୀୟ ଭିଣେଇ ଘର ରଖିଥିଲା । ଲିଖିତ ଅଭିଯୋଗ ପରେ ପୁଲିସ ଝିଅଟିକୁ ଉଦ୍ଧାର କରିଥିବା ବେଳେ ନାରାୟଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes