ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନା ଠାରୁ କିଛି ଦୂରରେ ଏନଏଚ ୨୦ ରେ ଏକ ଲୁଟ ଘଟଣା ରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କବିତ୍ରା ଗ୍ରାମର ଗଗନ ଜେନା ଓ ରାଜା ନାଏକ ଏବଂ ଅନ୍ୟ ଜଣେ ଘୁଟୁରୁ ଗ୍ରାମରେ ରହୁଥିବା ଅଣଓଡ଼ିଆ ଦିପୁ ବୋଲି ଗ୍ରାମବାସୀ ଚିହ୍ନଟ କରି ପୋଲିସ ଜିମା ଦେଇଛନ୍ତି।
ସେମାନଙ୍କ ଘର କବିତ୍ରା ଗ୍ରାମରେ ବୋଲି ଜଣା ପଡ଼ିଛି। ପୋଲିସ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଛି।