ପୂର୍ବ ତଟ ରେଳପଥ ଖୋର୍ଦ୍ଧା ର ଡିଭିଜନ ର ଜେନେରାଲ ମ୍ୟାନେଜର ଙ୍କ କେନ୍ଦୁଝର ଗସ୍ତ ରେ ଆସୁଛନ୍ତି। ଆସନ୍ତା କାଲି ରାତିରେ ସ୍ବତନ୍ତ୍ର ଟ୍ରେନ ଆସି ସକାଳେ ନୟାଗଡ଼ ରେଳ ଷ୍ଟେସନ ରେ ପହଞ୍ଚି ସେଠାରୁ କେନ୍ଦୁଝର କୁ ପର ଦିନ ସକାଳେ ୮ ଟାରେ ଆସି ପହଞ୍ଚିବେ।
ବିଭିନ୍ନ ରେଳ ଷ୍ଟେସନ ରେ କାମ କାର୍ଯ୍ୟ ଦେଖିବା ସହ ସମୀକ୍ଷା କରିବେ। ତେବେ ପୁରୀ – ବଡ଼ବିଲ ଟ୍ରେନ ରେ ବଗି ଅଭାବରୁ ଯାତ୍ରୀ ମାନେ କାମ ରେ ଠିଆ ହୋଇ ବା ତଳେ ବସି ଆସୁଥିବାରୁ ବଗି ସଂଖ୍ୟା ବଢ଼ାଇବାକୁ ଦାବି ହେଉଛି। ଏଣୁ ଏନେଇ କେତେକ ଭେଟି ଦାବି ପତ୍ର ଦେବେ ବୋଲି ପ୍ରସ୍ତୁତ ହେଉଛନ୍ତି।