ଦମ୍ପତିଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗୁଳି ମାରି ଜଣେ ତେଜରାତି ବ୍ୟବସାୟୀ ଲକ୍ଷ୍ମୀଧର ଆପଟ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଆପଟଙ୍କୁ ଗୁଳି କରି ହତ୍ୟା ଘଟଣା ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ରାତିରେ ଚାରି ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇ ଯାଇଥିବା ବେଳେ ପୁଲିସ ତନାଘନା ଆରମ୍ଭ କରିଛି। ଆକ୍ରମଣର ସଠିକ୍ କାରଣ ଜଣା ପଡ଼ିନାହିଁ କିମ୍ବା ଏ ନେଇ ପୁଲିସ କାହାକୁ ଗିରଫ କରିପାରି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes