ତେଲକୋଇରେ ହାତୀ ଆକ୍ରମଣରେ ଚାରି ଆହତ, ଦୁଇ ଗୁରୁତର

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଦୁଇଟି ସ୍ଥାନରେ ଆଜି ସକାଳୁ ତେଲକୋଇ ବନାଞ୍ଚଳରେ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ହେଁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଏମାନେ ସବୁ ଗରିବ ଶ୍ରେଣୀର ଏବଂ କେନ୍ଦୁପତ୍ର ତୋଳିବା କାମ କରନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କୁଣ୍ଢେଇହତା ଗ୍ରାମର ହେମନ୍ତ ସେଠୀ (୩୮), ଦ୍ଵିତିକୃଷ୍ଣ ଦେହୁରୀ (୩୭), ଗୋପୀନାଥ ଦେହୁରୀ (୫୫)ଓ ମଲଣ୍ଡା ଗ୍ରାମର ଚୁଡ଼ିଆ ମୁଣ୍ଡା (୫୭) ବୋଲି ଜଣା ପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes