ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଗୁରୁତର

ମାଲକାନଗିରି ଜିଲ୍ଲା ଅରକେଲ ଥାନା ନାକାମାମୁଡ଼ି ପଞ୍ଚାୟତର ପରଜାଗୁଡ଼ା ଗାଁରେ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ବେଳେ ଆକ୍ରମଣ ହୋଇଛି।

ଆକ୍ରମଣରେ ୨ ମହିଳା କର୍ମଚାରୀଙ୍କ ସମେତ ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ଏସଡିପିଓ ଓ ଅରକେଲ ଥାନା ଆଇଆଇସି ଯାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes