କେନ୍ଦୁଝର ଜିଲ୍ଲା ସ୍କୁଲ ହ୍ୟାଣ୍ଡବଲ ଟିମର ଗଞ୍ଜାମ ଯାତ୍ରା

ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ ସ୍କୁଲ ହ୍ୟାଣ୍ଡବଲ ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଅନୁଷ୍ଠିଟ ହେବାକୁ ଯାଉଛି । ଗଣଶିକ୍ଷା ବିଭାଗ ଦ୍ଵାରା ଆଯୋଜିତ ହେଉଥିବା ଏହି ଖେଳରେ କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗ ବିଭିନ୍ନ ସ୍କୁଲ ମଧ୍ୟରେ ପ୍ରତିଯୋଗିତା କରି କେନ୍ଦୁଝର ଜିଲ୍ଲା ସ୍କୁଲଟିମ ଗଠନ କରିଛି ।

କେନ୍ଦୁଝର ସହର ରେ ଥିବା ହ୍ୟାଣ୍ଡବଲ ଷ୍ଟାଡିୟମରେ ପିଲାଙ୍କ ଚୟନ ପରେ ଶାରିରୀକ ପ୍ରଶିକ୍ଷକ ଡମ୍ବରୁଧର ମହାନ୍ତ ଓ ସସ୍ମୀତା ବିଶ୍ଵାଳଙ୍କ ନେତୃତ୍ଵରେ ପିଲାମାନେ ପ୍ରଶିକ୍ଷଣ ନେଇଥିଲେ । ଆଜି ସକାଳ ଟ୍ରେନରେ ପିଲାମାନେ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes