କେନ୍ଦୁଝର ଜିଲ୍ଲାରେ ପ୍ରଥମ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ

ଜିଲା ସାମାଜିକ ସୁରକ୍ଷା ଅଫିସ ଓ ବିଶ୍ୱ ଜୀବନ ସେବା ସଂଘ (ଭିଆଇ ଏସ ଏସ) ଖୋର୍ଦ୍ଧା ମଧ୍ୟରେ ଏକ ୧୫ ବେଡ ବିଶିଷ୍ଟ ନିଶା ନିବାରଣ ଓ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ନେଇ ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଉପସ୍ଥିତି ରେ ମିନି କନ୍ଫରେନ୍ସ ହଲରେ ଚୁକ୍ତି ନାମା ସ୍ବାକ୍ଷରିତ ହୋଇଛି।

ଜିଲ୍ଲାରେ ଭିନ୍ନକ୍ଷମଙ୍କୁ କ୍ଷମତା ସମ୍ପନ୍ନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଜିଲାପାଳ କହିବା ସହ ଏହି କେନ୍ଦ୍ର କେନ୍ଦୁଝର ବାସୀ ଙ୍କୁ ବିଶେଷ କରି ମଦ୍ୟପ, ନିଶା ଶକ୍ତ ରୋଗୀଙ୍କୁ ନିଶାମୁକ୍ତ କରିବା ରେ ଉନ୍ନତ ସେବା ଯୋଗାଇ ଦେବ ବୋଲି କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes