କେନ୍ଦୁଝର ଜିଲ୍ଲାକୁ ମିଳିବ ୫୫୩ କୋଟି

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ପାର୍ବତାଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୫୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ବାରା ହାଟଡିହି ବ୍ଲକ, ଆନନ୍ଦପୁର ବ୍ଲକ ଓ ଘଷିପୁରା ବ୍ଲକର ୧୭ ହଜାର ହେକ୍ଟର ଜମିରେ ପାଣି ମାଡ଼ିବ ଓ ଏହାଦ୍ବାରା ଚାଷୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ବିଜେଡି ପକ୍ଷରୁ ଜିଲା ସଭାପତି ମାଧବ ସର୍ଦ୍ଦାରଙ୍କ ଅଧ୍ୟୟତାରେ ଆୟୋଜିତ ପ୍ରେସମିଟରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ଭାଗିରଥି ସେଠୀ,ଜଗନ୍ନାଥ ନାୟକ, ଜିଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ସଭ୍ୟ ଆଶିଷ ଚକ୍ରବର୍ତ୍ତୀ, କାନନ ବିହାରୀ ପୋହି, ବରଦା ଦାସ ରହି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes