କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି ।

ପ୍ରଧାନ ଶିକ୍ଷକ ଭରତ ହରିପାଲଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶିକ୍ଷକ ହୃଷିକେଶ ଚାନ୍ଦ ମନ୍ତ୍ରୀ ମଣ୍ଡଳ ଗଠନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବାଞ୍ଛାନିଧି ପଣ୍ଡା ସ୍ୱାଗତ କରିଥିଲେ । ଏଥିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରଗତିକା ଭୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଲୋକ ବେହେରା ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes