କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟ୍‌ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes