ଆଇପିଏଲ ବେଟିଂରେ ହାରି ମା -ପୁଅଙ୍କ ଆତ୍ମହତ୍ୟା

ଆଇପିଏଲ ବେଟିଂରେ ବିପୁଳ ଟଙ୍କା ହାରିବା ପରେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗ୍ରାମରେ ଗତକାଲି ରାତିରେ ମା -ପୁଅ ବିଷ ପିଇଦେଇଥିଲେ l ରାତିରେ ପୁଅର ଏବଂ ସକାଳେ ମାର ମୃତ୍ୟୁ ହୋଇଛି l

ବେଟିଂରେ ହାରିବା ପରେ ଗତକାଲି ରାତି କିଛି ଲୋକ ତାଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହ କିଛି ମୂଲ୍ୟବାନ ଜିନିଷ ନେଇଯାଇଥିବା ପଡୋଶୀ ମାନେ କହିଛନ୍ତି l ତେବେ ଘଟଣାରେ ବେଟିଂ ସମ୍ପର୍କ ଥିବା ପୁଲିସ ସ୍ପଷ୍ଟ କରିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes