ଅବସରପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ତିନି ଲକ୍ଷ ଟଙ୍କା ଲୁଟ

ହରିଚନ୍ଦନପୁର ଥାନା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଫିସ ନିକଟରୁ ଆଜି ଜଣେ ଅବସରପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଅବସର ପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ତାଙ୍କ ଧରି ବାଇକ୍ ରେ ଧରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ପରିସ୍ରା କରି ଫେରି ଦେଖିଲେ ଗାଡ଼ି ପଛରେ ପହଲାଇଥିବା ଟଙ୍କା ବ୍ୟାଗ୍ ନାହିଁ। ଏ ନେଇ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଧରପଗଡ ଆରମ୍ଭ କରିଛି। ତଦନ୍ତ ଚାଲିଛି ବୋଲି ଏସ ଆଇ ସୁରେଶ କୁମାର ମାଝୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes