ସୋନପୁର ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ଓ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ସହାୟତାରେ ସ୍ଥାନୀୟ ଏନଜିଓସିସି ସଭାଗୃହ ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳନ କରାଯାଇଛି । ଜିଲ୍ଲା ଖାଉଟି ଆୟୋଗର ସଭାପତି ଉପାନନ୍ଦ ପୁରୋହିତ, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଲଲିତ ମୋହନ ପଟ୍ଟନାୟକ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ପ୍ରମୁଖ ଏଥିରେ ଖାଉଟି ଅଧିକାର ଉପରେ ଆଲୋଚନା କରିଥିଲେ । ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭାର ସଂଯୋଜନା କରିଥିବାବେଳେ ଖାଉଟି ପରାମର୍ଶ କେନ୍ଦ୍ରର ପରାମର୍ଶଦାତା ସୁଦାମ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes