ଅନ୍ତିମ ପର୍ଯ୍ୟାୟରେ ସମ୍ବଲପୁର-ଟିଟିଲାଗଡ ରେଳପଥ ଦୋହରୀକରଣ କାର୍ଯ୍ୟ

ବରଗଡ ରୋଡ ଷ୍ଟେସନରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦୋହରୀକରଣ ତଥା ବିଦ୍ୟୁତକରଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ଆଜି ଷ୍ଟେସନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିବାକୁ ଯାଇଥିଲେ।

ଆଗକୁ ଏହି ଷ୍ଟେସନରେ ଲିଫ୍ଟ ଓ ରେମ୍ପ ସହ ଆହୁରି ଅନେକ କାର୍ଯ୍ୟ ଏବଂ ଆହୁରି ଟ୍ରେନ ଚାଲିବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଦେବତା, ସର୍ଦ୍ଦାର ପ୍ରିତମ ସିଂହ, କମଳ ଯୋଷୀ, ଅଭିଜିତ ପ୍ରତିହାର, ଅଚ୍ୟୁତାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes