ବଲାଙ୍ଗୀର ସହରରେ ଦୁଇଦିନ ତଳେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ର ଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହେବା ପରେ ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଚିତ୍ତ ମହାନ୍ତିକୁ ମେଡିକାଲରୁ ଗିରଫ କରି ଆମ୍ବୁଲାନ୍ସରେ ନେଇ କୋର୍ଟ ଚାଲାଣ କରିଥିଲା l
କୋର୍ଟ ଅଭିଯୁକ୍ତକୁ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ତାକୁ ଚିକିତ୍ସା ସୁବିଧା ଦେବାକୁ ନିର୍ଦେଶ ଦେଇଛନ୍ତି l