ଭରଣ ପୋଷଣ ଦେଉନାହାନ୍ତି ସ୍ୱାମୀ, କାର୍ଯ୍ୟନୁଷ୍ଠାନ ଦାବି

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ପଞ୍ଚାୟତ ପଳସା ପଡା ଗ୍ରାମର ତାରାମଣି ସାହୁ(୩୨)ଙ୍କୁ ତାଙ୍କ ସ୍ବାମୀ ନିରଞ୍ଜନ ସାହୁ ଛାଡି ଦ୍ଵିତୀୟ ବିବାହ କରିବା ପରେ ଭରଣ ପୋଷଣ ଅର୍ଥ ନଦେବାରୁ ସେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁଯାୟୀ ତାରାମଣୀଙ୍କ ନିରଞ୍ଜନଙ୍କ ସହ୧୧ ବର୍ଷ ତଳେ ପ୍ରେମ ବିବାହ ସମ୍ପନ୍ନ ହୋଇଥିଲା।ଉଭୟଙ୍କ ଔରଷରୁ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ତେବ ୮ ବର୍ଷ ହେବ ନିରଞ୍ଜନ ତାରାମଣିଙ୍କୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes