ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା

ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ମନଇଚ୍ଛା ବିଦ୍ୟୁତ୍ ବିଲ ଆଦାୟ ଓ ଅଘୋଷିତ ବିଦ୍ୟୁତ୍ ବିଭ୍ରାଟରେ ସୁଧାର ତଥା ବୀରମହାରାଜପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ସମେତ ଅନ୍ୟାନ୍ୟ ୧୭ ଦଫା ଦାବି ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଶୋଭାଯାତ୍ରା ସୁବର୍ଣ୍ଣପୁର ଜିଲ୍ଲା ସମ୍ପାଦକ ସୁରେଶ କଲତାଙ୍କ ନେତୃତ୍ୱରେ ବୀରମହାରାଜପୁର ବସଷ୍ଟାଣ୍ଡ ନିକଟରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes