ବାଲେଶ୍ଵର ଜିଲ୍ଲା ସୋର ଥାନା ମୁଗୁନିପୁର ଗ୍ରାମର ମା’ ଶାନ୍ତିଲତା ରାଉତ ଓ ଝିଅ ସଂଯୁକ୍ତା ଘରେ ରୋଷେଇ ପାଇଁ ଆଜି ଅପରାହ୍ନରେ ଜାଳ ସଂଗ୍ରହ କରୁଥିବା ବେଳେ ପୂର୍ବ ଶତ୍ରୁତା ଯୋଗୁ କମଳାକାନ୍ତ ପଣ୍ଡା ଓ ରେବତୀ ଠେଙ୍ଗା ଓ କଟୁରୀରେ ମା’ ଝିଅ ଦୁହିଁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ସଂଗେ ସଂଗେ ସେ ଦୁହିଁଙ୍କୁ ଆହତ ଅବସ୍ଥାରେ ସୋର ମେଡିକାଲକୁ ଅଣାଯାଇଥିଲା।ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।