ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ଯରେ ବାରିପଦା ଠାରେ ଆଜି ସକାଳ ସମୟରେ ବିଶ୍ବ ସାଇକେଲ ଦିବସ ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ଵେଚ୍ଛାସେବୀ ଅଭିଷେକ ଦାସ, ରାକ୍ଷୀ ପୂର୍ଣ୍ଣିମା ଭଞ୍ଜଦେଓ, କ୍ଷିରୋଦ ପଣ୍ଡା ସମେତ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଯୁବକ ଯୋଗ ଦେଇ ଏହାକୁ ସଫଳ କରିଥଲେ।