ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନରସିଂହପୁର ଠାରେ ପ୍ରଦେଶ କଂଗ୍ରେସ କିଷାନ ସେଲ ଓ ଧର୍ମଶାଳା କଂଗ୍ରେସ କିଷାନ ସେଲ ମିଳିତ ଆନୁକୁଲ୍ୟରେ ଅଖି ତୃତୀୟା ଦିବସ ପାଳିତ ହୋଇଛି।
ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶନ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ କିଷାନ ସେଲର ସଭାପତି ଅମିୟ ପଟ୍ଟନାୟକ, କୃଷକ ନେତା ବସନ୍ତ ପରିଡ଼ାଙ୍କ ସମେତ ବହୁ କୃଷକ ଓ କୃଷକ ନେତା ଯୋଗ ଦେଇ ଅଖି ମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ହୋମ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା।