ଓଡ଼ିଆ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଜଣେ ଗିରଫ

ମୁମ୍ବାଇରେ ଟ୍ରଲି ବ୍ୟାଗ୍‌ରୁ ଓଡ଼ିଆ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସୁନ୍ଦରଗଡ଼ର ଜଣେ ଯୁବକ ମୁମ୍ବାଇରୁ ଗିରଫ ହୋଇଛି।

ଘଟଣା ପୂର୍ବରୁ ଯୁବତୀଙ୍କ ସହ ମୁମ୍ବାଇରେ ଏକାଠି ରହୁଥିବା ସୂଚନା ମିଳିଛି। ମୁମ୍ବାଇର କୁର୍ଲା ଷ୍ଟେସନରେ ସୁଟକେସ୍‌ରୁ ମିଳିଥିଲା ମୃତଦେହ।ଯୁବତୀ ଜଣଙ୍କ ସୁନ୍ଦରଗଡ଼ ଲେଫ୍ରିପଡ଼ା ବନ୍ଦଲିକାନିର ଜଣାପଡ଼ିଥିଲା।ଯୁବତୀ ଜଣଙ୍କ ମୁମ୍ବାଇରେ ରହି ଜଣଙ୍କ ଘରେ କାମ କରୁଥିଲେ।

ପୋଲରୁ ୨୦ ଫୁଟ୍‌ ତଳକୁ ଖସିଲା କାର୍‌, ୩ ଆହତ

ସୁନ୍ଦରଗଡ ଜିଲ୍ଲା ମହୁଲପଦା ଫୁଲଝର ନିକଟରେ ପୋଲରୁ ତଳକୁ ଖସିଲା କାର୍‌।

୩ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। କେନ୍ଦୁଝରରୁ ରାଉରକେଲା ଆସିବା ବେଳେ ଦୁର୍ଘଟଣା ଘଟିଥିଲା।

ପୋଲିସ ସହ ଶତାଧିକ ସିଟୁ କର୍ମୀଙ୍କ ଧସ୍ତାଧସ୍ତି

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ ଅଫିସ ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ସିଟୁ କର୍ମୀ।

ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସମେତ ୧୮ ଦଫା ଦାବି ନେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି।

ବୃଦ୍ଧାଙ୍କୁ ଭେଟି ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ

ସୁନ୍ଦରଗଡ଼ କୁତ୍ରାରେ ବୃଦ୍ଧା ଗୁରୁଣ୍ଡିଗୁରୁଣ୍ଡି ବ୍ୟାଙ୍କ ଯିବା ଖବର ଗଣମାଧ୍ୟମରେ ପ୍ରସାରଣ ପରେ ବୃଦ୍ଧାଙ୍କୁ ଭେଟି ଟ୍ରାଇସାଇକେଲ ପ୍ରଦାନ କଲେ କୁତ୍ରା ବିଡିଓ।

ଆଧାର ଲିଙ୍କ୍ ନଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯାଇଥିଲେ ବୃଦ୍ଧା।

ରାଉରକେଲା ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ

ରାଉରକେଲା କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନା ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଥିବା ସୂଚନା ମିଳିଛି।

ଗ୍ୟାସ୍‌ ପାଇପ୍‌ ଲିକ୍‌ରୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକ ଯାଜପୁରର, ୨ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାର୍‌ ଧକ୍କାରେ ୨ ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ କାର୍ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ରାସ୍ତାରେ ପଡିଛି ମୃତଦେହ। ଵ୨ ମୃତକ ଝାରମୁଣ୍ଡା ଗାଁର ହୋଇଥିବା ସୂଚନା ମିଳିଛି।

ଦୀପ ନିଆଁରୁ ଅଗ୍ନିକାଣ୍ଡ

ରାଉରକେଲା କୋଏଲନଗରରେ ଦୀପ ନିଆଁରୁ ଏକ ଦୁଇ ମହଲା କୋଠାରେ ଲାଗିଛି ନିଆଁ।

ଘର ଭିତରୁ ମା’ ଓ ଛୁଆଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।ଵଘରର ସବୁ ଆସବାବପତ୍ର ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ଦୀପ ନିଆଁରୁ ଅଗ୍ନିକାଣ୍ଡ

ରାଉରକେଲା କୋଏଲନଗରରେ ଦୀପ ନିଆଁରୁ ଏକ ଦୁଇ ମହଲା କୋଠାରେ ଲାଗିଛି ନିଆଁ।

ଘର ଭିତରୁ ମା’ ଓ ଛୁଆଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।ଵଘରର ସବୁ ଆସବାବପତ୍ର ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ଆବାସ ପାଇଁ ଅନୁରୋଧ କଲେ ରୂପ ନାରାୟଣ

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କୁର୍ଡା ପଞ୍ଚାୟତ ଗୁଣ୍ଡିଚାନାଳି ଗ୍ରାମର ରୂପ ନାରାୟଣ ମହନ୍ତ ଆବାସ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ସେ କହିଛନ୍ତି।

ସେ ବାରମ୍ବାର ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବାସ ମିଳିନଥିବା କହିଛନ୍ତି।

Nuakhai wishes