ବଣାଇ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶିଲେ ସିପିଆଇଏମ୍ କର୍ମୀ

୧୮ ଦଫା ଦାବି ନେଇ ଆନ୍ଦୋଳନ ବେଳେ ଧସେଇ ପଶିଲେ କର୍ମୀ।

ଅଟକାଇବାକୁ ଉଦ୍ୟମ ବେଳେ ପୁଲିସ ସହ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି।ବାର୍ଦ୍ଧକ୍ୟ ଭତ୍ତା ୨ ହଜାରକୁ ବୃଦ୍ଧି ସମେତ ବିଭିନ୍ନ ଦାବିରେ ଆନ୍ଦୋଳନ କରୁଛି ସିପିଆଇଏମ୍।

ଗାଡ଼ି ବ୍ୟାକ କଲା ବେଳେ ଚଢ଼ିଗଲା, ବ୍ୟକ୍ତିଙ୍କ ମୃତ୍ୟୁ

କୋଇଡ଼ା ନୂଆଗାଁ ନାଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବୋଲେରୋ।

କେନାଲରେ ଗାଡ଼ି ଧୋଇ ବୋଲେରୋ ବ୍ୟାକ୍‌ କରିଥିଲେ ଡ୍ରାଇଭର। ବ୍ୟାକ ବେଳେ ପଛରେ ଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବୋଲେରୋ।

ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜୟଦେବ ବାରିକ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜୟଦେବ ବାରିକ ଓ ତାଙ୍କ ଭାଇ ଦିଲ୍ଲୀପ ବାରିକ ଗିରଫ ହୋଇଛନ୍ତି।

ଛଡ଼ିଶଗଡ଼ର ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଭାଇ ଗିରଫ ହୋଇଛନ୍ତି। ଛତିଶଗଡ଼ ତପକେରାର ଯୁବକଙ୍କୁ ପଥରରେ ଛେଚି ହତ୍ୟା ହୋଇଥିଲା।

ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ଆସିଲା ଭିସେରା ଟେଷ୍ଟ ରିପୋର୍ଟ

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ଆସିଲା ମୃତ ସୁସ୍ମିତାଙ୍କ ଭିସେରା ଟେଷ୍ଟ ରିପୋର୍ଟ।

ଭିସେରା ରିପୋର୍ଟ ଆସିଥିବା କହିଲେ ଡିଏସ୍‌ପି ବନିତା ମାଝୀ। ତେବେ ରିପୋର୍ଟରେ କଣ ଅଛି, ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି।

ଘର ଭିତରେ ପୋଡ଼ିହୋଇ ଦମ୍ପତି ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜ ପଛରେ ଭଡ଼ା ଘରେ ରହୁଥିଲେ ଦମ୍ପତି।

କିପରି ଉଭୟେ ପୋଡ଼ିଗଲେ ସ୍ପଷ୍ଟ ହୋଇନାହିଁ। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଘର ଭିତରେ ପୋଡ଼ିହୋଇ ଦମ୍ପତି ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜ ପଛରେ ଭଡ଼ା ଘରେ ରହୁଥିଲେ ଦମ୍ପତି।

କିପରି ଉଭୟେ ପୋଡ଼ିଗଲେ ସ୍ପଷ୍ଟ ହୋଇନାହିଁ। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଯୁବକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ରାଉରକେଲା ବିଶ୍ରା ଥାନା ଆଇଟିଆଇ ନିକଟରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି।

ଯୁବକଙ୍କ ପେଟରେ ଗୁଳି ବାଜିଛି, ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।

ରୋଗ କାରଣରୁ ଲୁଗୁନଙ୍କ ମୃତ୍ୟୁ ଘଟିଛି: ଏସ୍‌ପି

ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି ସ୍ପଷ୍ଟ ହୋଇଛି।

ଲୁଗୁନଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା, ଏଏସ୍‌ଆଇ ଲୁଗୁନଙ୍କୁ କେହି ମାଡ଼ ମଧ୍ୟ ମାରିନାହାନ୍ତି, ଲୁଗୁନ ଏକ ରୋଗରେ ପୀଡ଼ିତ ଥିଲେ। ରୋଗ କାରଣରୁ ଲୁଗୁନଙ୍କ ମୃତ୍ୟୁ ଘଟିଛି, ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆଉ ୩୦୨ ଦଫା ଲାଗିବନି ବୋଲି ଏସ୍‌ପି କହିଛନ୍ତି।

Nuakhai wishes