କୋଇଡା ବସଷ୍ଟାଣ୍ଡରୁ 9ଶିଶୁ ଶ୍ରମିକ ଉଦ୍ଧାର

ଦାଦନ ଖଟିବାକୁ ଯାଉଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସଷ୍ଟାଣ୍ଡରୁ 9ଶିଶୁ ଶ୍ରମିକ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି କୋଇଡା ପୁଲିସ l

8ଜଣ ଶିଶୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲା ଗୁଆଳି ଅଞ୍ଚଳର ବୋଲି ଜଣାପଡିଛି l ସମସ୍ତଙ୍କ ବୟସ 14 ରୁ 17ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି l

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁତ୍ରା ଥାନା ଗହୀରବାହାଲ ପିଏଚସି ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଏହା ସହ ଭିଜିଲାନ୍ସ ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭନରେ ଚଢ଼ାଉ କରିଛି।

ରାଉରକେଲା ମହାନଗରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଉରକେଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କମିଶନର ଶୁଭଙ୍କର ମହାପାତ୍ର କହିଛନ୍ତି।

ସର୍ବସାଧାରଣ ସ୍ଥାନ ଓ ଦୋକାନ ବଜାର ଯିବା ବେଳେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଅଗ୍ନିକାଣ୍ଡ

ଏନଆଇଟି ସାଇନ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟି କମ୍ପ୍ୟୁଟର ସମେତ କିଛି ଆସବାବପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଉଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀଙ୍କ ମୃତଦେହ ଟାଉନ ଥାନା କେଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ଉଦ୍ଧାର ହୋଇଛି।

ଗତ ୧୪ ତାରିଖରୁ ଡ୍ରାଇଭର ନିଖୋଜ ଥିବା ନେଇ ପରିବାର ଲୋକେ ଭସ୍ମା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Nuakhai wishes