ଅମରପାଲି ହାଇସ୍କୁଲରେ ବକୃତା ପ୍ରତିଯୋଗୀତା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ‘ସାମ୍ପ୍ରତିକ ପରିସ୍ଥିତିରେ କ୍ରୀଡା’ ଶୀର୍ଷକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଶିକ୍ଷକ ପଦ୍ମନାଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୧୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ସୁବଳୟାରେ ପୁରାଉଆଁସ ପର୍ବ ପାଳନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ପୁରାଉଆଁସ ପର୍ବ ପାଳନ ହୋଇ ଯାଇଛି l

ତେବେ କୁନି କୁନି ପିଲାମାନେ ମାଟିର କାଞ୍ଚି କୁଣ୍ଢି ଏବଂ ଘୋଡା ହାତୀ ଓ ହନୁମାନ ଧରି ଏବଂ କୁନି କୁନି ଝିଅ ମାନେ କୁଲେଇ ଚାଙ୍ଗୁଡ଼ିରେ ବିଭିନ୍ନ ପ୍ରକାରର ଲିଆ ଲଡ଼ୁ ଓ ଭଜା ଚଣା ଧରି ଗାଁ ମୁଣ୍ଡକୁ ଯାଇ ଖେଳୁଥିବା ଦେଖିବାକୁ ମିଳିଛି l

ସୁବଳୟା ସହରରେ ଅହିଂସା ରଥକୁ ଭାବ୍ୟ ସମ୍ବର୍ଦ୍ଧନା

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ଅହିଂସା ରଥ ପହଂଚି ଥିବାବେଳେ, ରଥକୁ ସୁବଳୟା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦେଇ, ସୁବଳୟା ଦୈନିକ ବଜ଼ାରକୁ ପାଛୋଟି ନେଇ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l

ସଭାରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର, ବି ଡି ଓ ମୋତିଲାଲ ସୁଲିଆ, ଏ ବି ଡି ଓ ପୁରୁଷୋତ୍ତମ ଧରୁଆ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରା ଓ ସାମ୍ବିଦକ ରାଜେଶ ସେଠି ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସ୍ୱାଧୀନତାର ବାର୍ତ୍ତା ପ୍ରଦାନ କରିଥିଲେ l

କୃଷକ ପଞ୍ଜିକରଣ ସଚେତନତା ଶିବିର ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମ ପାଞ୍ଚୟତ କାର୍ଯ୍ୟାଳୟ ଠାରେ କୃଷକ ପଞ୍ଜିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର, ସୁବଳୟା ଗ୍ରାମସେବିକା ଭା୍ନୁପ୍ରିୟା ଭୋଇ, କୃଷକସାଥି ଜିତେନ୍ଦ୍ରୀୟ ରଥ ଏବଂ ଜନସେବା କେନ୍ଦ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ l

ଜଟେସିଂହା ସରପଞ୍ଚଙ୍କ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ସରପଞ୍ଚ ସୁନୀତା ପଧାନ ଶନିବାର ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ।

ଜଟେସିଂହା, କୁଡାପଡ଼ା ଓ କେଉଟିପାଲି କେନ୍ଦ୍ରରେ କର୍ମୀ ତଥା ସହାୟିକାମାନେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଜନିତ ସମସ୍ୟା ନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ ।

ବୀରମହାରାଜପୁର ବ୍ଲକ ଅଞ୍ଚଳ ପରିକ୍ରମା କଲା ଅହିଂସା ରଥ

୭୫ ବର୍ଷ ସ୍ବାଧୀନତା ପୂର୍ତ୍ତୀ ଅବସରରେ ଅହିଂସା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅଞ୍ଚଳ ପରିକ୍ରମା କରିଛି ।

ଦେଶାତ୍ମବୋଧକ ଗୀତର ତାଳେ ତାଳେ ରଥକୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିଲା । ପ୍ରଥମେ ସହିଦ ଗ୍ରାମ ପଣ୍ଡିଆପାଲି, କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନ୍ୟତମ ସହିଦ ଗ୍ରାମ ଚମ୍ପାମାଲ ଓ ସୁବଳୟା ଆଦି ସ୍ଥାନରେ ରଥକୁ ସ୍ବାଗତ କରାଯାଇଥିଲା ।

ସିଦ୍ଧାର୍ଥ କଲେଜରେ କେରିଅର କାଉନସିଲିଂ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜି କେରିଅର କାଉନସିଲିଙ୍ଗ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ.ଧୀରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ମୁଖ୍ୟବକ୍ତା ଭାବେ ସିଟିଓ ମନିଷା ଅଗ୍ରୱାଲ ଯୋଗଦେଇ ପ୍ରଶାସନିକ ସେବା ଏକ ବୃତ୍ତି ଉପରେ ଆଲୋଚନା ହୋଇଥିଲା । ଶେଷରେ ଦୀପ୍ତିରାଣୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସ୍କୁଲରେ ଜମି ରହୁଛି ବର୍ଷା ପାଣି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମଧ୍ୟମ ସ୍ଥଳରେ ଥିବା ସରକାରୀ ନୋଢାଲ ସ୍କୁଲ ସମ୍ମୁଖରେ ଜମା ରହିଥିବା ପାଣି ନିସ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପିଲାମାନେ ପାଣି ଭିତର ଦେଇ ସ୍କୁଲକୁ ପାଠ ପଡ଼ିବାକୁ ଯାଉଥିବା ଆଜି ଦେଖିବାକୁ ମିଳିଥିଲା ।

ବର୍ଷା ହେଲେ ଏହା ପୋଖରୀ ସଦୃଶ ହୋଇଥାଏ ।ସ୍ଥାନୀୟ ଏନଏସି କର୍ତୁପକ୍ଷ ଉକ୍ତ ସମସ୍ୟା ବାବଦରେ ଅବଗତ ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେଉ ନଥିବାରୁ ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆମ୍ବେଦକର ସେବା ସଂଘ ପକ୍ଷରୁ ରାସ୍ତା ସଫେଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଦୃଷ୍ଟିରେ ରଖି ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଗ୍ରାମର ଆମ୍ବେଦକର ସେବା ସଂଘ ପକ୍ଷରୁ ରାସ୍ତା ସଫେଇ କରାଯାଇଛି ।

ସଂଘର ସଭାପତି ବଳରାମ ବାଦୀ, ସମ୍ପାଦକ ମଙ୍ଗୁଲୁ ବାଦୀ, ସଦସ୍ୟ ରଶ୍ମିକାନ୍ତ ବାଦୀ, ସଞ୍ଜୀବ ନାଗ, ଫଗୁ ଭୋଇ, ଗୋବର୍ଦ୍ଧନ ଭୋଇ, ଋଷି ଜାମୁଡାଲିଆ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।

Nuakhai wishes