ଠେଙ୍ଗୋଡ୍ୟାମରେ ଗଣେଶ ପୂଜା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଠେଙ୍ଗୋଡ୍ୟାମରେ ଆଜି ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି ।

ଏଥିରେ ରାଧାକାନ୍ତ ପଧାନ କର୍ତ୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରାଜା ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।

ବିନିକା ଅଞ୍ଚଳରେ ଧୁମଧାମରେ ଗଣେଶ ପୂଜା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସମେତ ବ୍ଳକ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଆଦି ସ୍ଥାନମାନଙ୍କରେ ପବିତ୍ର ଗଣେଶ ପୂଜା ଧୂମଧାମରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଦାତା ଗଜାନନଙ୍କ ଦର୍ଶନ ସହ ଆଶିର୍ବାଦ ଲୋଡ଼ିଥିଲେ ।

ବିଧାୟକଙ୍କ ଦ୍ଵାରା ବିନିକା ସାମ୍ବାଦିକ ସଂଘ ନୂତନ ଘର ଶିଳାନ୍ୟାସ

୨୦୧୬ମସିହାରେ ଜନ୍ମ ନେଇଥିବା ବିନିକା ସାମ୍ବାଦିକ ସଂଘର ନିର୍ମାଣ ହେବାକୁ ଯାଉଥିବା ନୂତନ ଘରର ଆଜି ଶିଳାନ୍ୟାସ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା।

ଏହି ଅବସରରେ ବିନିକା ନଗରପାଳ ସୁବାସ ଭୋଇ, ଉପ ନଗରପାଲ ତପସ୍ୱିନୀ ମେହେରଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଓ ପରିଷଦର କାଉନସିଲର ଯୋଗ ଦେଇଥିଲେ ।

କୋଟସମଲାଏ ହାଇସ୍କୁଲରେ ଗଣେଶ ପୂଜା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଏ ହାଇସ୍କୁଲରେ ଆଜି ଗଣେଶ ପୂଜା ପାଳନ କରାଯାଇଛି ।

ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ବୀରମହାରାଜପୁର ନୂଆଁଖାଇ ବଜାରରେ ପନିପରିବା ଦର

ସୋନପୁର ଜିଲ୍ଲା ବୀରମହାରାଜପୁର ନୂଆଁଖାଇ ବଜାରରେ ଆଜିର ପନିପରିବା ଦର କେଜି ପ୍ରତି ବାଇଗଣ ୫୦ ଟଙ୍କା, ପୋଟଳ ୬୦ ଟଙ୍କା, ଫୁଲକୋବି ୧୫୦ ଟଙ୍କା, କଞ୍ଚା କଦଳୀ ୪୦ ଟଙ୍କା, ବନ୍ଧାକୋବି ୫୦, ସିମଳା ଲଙ୍କା ୮୦ ଟଙ୍କା,ଟୋମାଟ ୪୦ ଟଙ୍କା, କରଡି ୮୦, ଶଙ୍ଖ ସାରୁ ୮୦ ଟଙ୍କା, ନୂଆଁ ଧାନ କେରା ୧୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଟଙ୍କା, ଝୁଡୁଙ୍ଗ ୧୨୦ ଟଙ୍କା,ମାଖନ କେଜି ୨୦ ଟଙ୍କା, ଆଲୁ ୩୦ ଟଙ୍କା,ପିଆଜ ୨୫ ଟଙ୍କା, ଜହ୍ନି ୬୦, କୁରାଇହି ପତର ୩ ବିଡା ୨୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

କେଉଟିପାଲିରୁ ଅଜଗର ସାପ ଉଦ୍ଧାର

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟପାଲି ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଗ୍ରାମବାସୀମାନେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ଛାଡିଥିବା ସୂଚନା ମିଳିଛି।

ବିଦ୍ୟୁତ ଆଘାତରେ ଯୁବକ ମୃତ

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଏହି ଘଟଣା।

ପୁରୁଣା ଘର ଭାଙ୍ଗିବା ବେଳେ ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତ ଯୁବକ ଜଣକ ହେଲେ ମାଲିପଡାର।

ଗଣେଷ ପୂଜା ପାଇଁ ମୂର୍ତ୍ତି କିଣିବା ପାଇଁ ଲୋକଙ୍କ ଭିଡ଼

ଆସନ୍ତାକାଲି ଗଣେଷ ପୂଜା ପାଇଁ ସୋନପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଗଣେଷ ମୂର୍ତ୍ତି କିଣିବା ପାଇଁ ଲୋକଙ୍କ ଭିଡ଼ ଜମି ରହିଛି।

କାରିଗର ପବିତ୍ର କୁମ୍ଭାର କହିବା ଅନୁସାରେ ୧୦୦ ଟଙ୍କାରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଗଣେଷ ମୂର୍ତ୍ତି ବିକ୍ରି ହେଉଥିବା ପ୍ରକାଶ କରିଛନ୍ତି।

ମାନସିକ ବିକାରଗସ୍ତ ମହିଳାଙ୍କ ସ୍ୱଚ୍ଛତା ପ୍ରୀତି

ସୋନପୁର ଜିଲ୍ଲା ବୀରମହାରାଜପୁର ସହର ଚାରିଛକ ନିକଟରେ ବହୁ ଦିନ ହେବ ଜଣେ ମାନସିକ ବିକାରଗସ୍ତ ମହିଳା ରହୁଥିବା ଦେଖିବାକୁ ମିଳିଛି।

ଏଭଳି ସ୍ଥିତି ଥିବା ସତ୍ତ୍ୱେ ନିକଟସ୍ଥ ଦୋକାନ ସମ୍ମୁଖ,ତହସିଲ ସମ୍ମୁଖ ଓ ଅନ୍ଯ ସ୍ଥାନ ନିତି ସକାଳୁ ସଫା କରୁଥିବା ଦେଖିବାକୁ ମିଳିଛି।

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ଆଜି ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସନ୍ତରଣ ସଂଘ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

Nuakhai wishes