ବଙ୍କିଆରେ ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅଧିନସ୍ଥ ବଙ୍କିଆ ଠାରେ ଆଜି ଗ୍ରାମର ସମସ୍ତ ପିଲା ଏକତ୍ରୀତ ହୋଇ ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିବା ଆଶୁତୋଷ ସୂଚନା ଦେଇଛନ୍ତି।

କେନ୍ଦୁପାଲିରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବହଲପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲିରେ ଆଜି ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।

ଏହି ଅବସରରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ ।

ବଙ୍କିଆରେ ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ପଞ୍ଚାୟତ ଅଧିନସ୍ଥ ବଙ୍କିଆ ଠାରେ ଆଜି ଗ୍ରାମର ସମସ୍ତ ପିଲା ଏକତ୍ରୀତ ହୋଇ ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିବା ଆଶୁତୋଷ ସୂଚନା ଦେଇଛନ୍ତି।

କେନଝିରିଆପାଲିରେ ଗଣେଶ ପୂଜା ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ଠାରେ ଆଜି ଉତ୍ସାହ ଓ ଉଦ୍ଦିପନାର ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୂଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।

ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକ ଳସଭା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଗାଁ ମୁଖିଆ ଦୁର୍ଯୋଧନ ବିଶ୍ଵାଳ ଗତ ରବିବାର ଦିନ ଦେହାନ୍ତ ହୋଇଥିଲା।

ଏହି ଅବସରରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ନିରୂପମା ବଗର୍ତ୍ତିଙ୍କ ତତ୍ତ୍ଵାବଧାନରେ ସମସ୍ତ ୱାର୍ଡ ମେମ୍ବରମାନଙ୍କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ସାଗଜୁରିରେ ଗଣେଶ ପୂଜା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସାଗଜୁରିରେ ଆଜି ଗଣେଶ ପୂଜା ପାଳିତ ହୋଇଯାଇଛି ।

ଏହି ଅବସରରେ ସାଗଜୁରିର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ମହାପ୍ରଭୁଙ୍କ ପୂଜା କରିଥିଲେ ।

ଗୋଘାଟରେ ମହାସମାରୋହରେ ଗଣେଶ ପୂଜା ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ଗୋଘାଟ ଠାରେ ଆଜି ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଗୋଘାଟର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ ।

ଡବଲଙ୍ଗ ଟିକ୍ରାପଡାରେ ଗଣେଷ ପୂଜା ଅନୁଷ୍ଠିତ

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଟିକ୍ରାପଡାରେ ଗଣେଷ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜାର୍ଚ୍ଚନା କରିଥିଲେ ମନରଂଜନ ମିଶ୍ର। କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ଦଶରଥ ଭୂକ୍ତା, ସତ୍ଯବତୀ ଭୂକ୍ତା ସମେତ ଯୁବକ ସଂଘ ପକ୍ଷରୁ ନଗର ପରିକ୍ରମା କରି ଗଣେଷ ଭଗବନଙ୍କ ପୂଜାର୍ଚ୍ଚନା କରିଥିଲେ।

ଜଟେସିଂହାରେ ଗଣେଷ ପୂଜା ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଅନନ୍ତ କ୍ଲବ ଠାରେ ଆଜି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗଣେଷ ପୂଜା ପାଳିତ ହୋଇଯାଇଛି।

ଏଥିରେ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ମୁଣ୍ଡିଦମକ ଠାରେ ଗଣେଷ ପୂଜା ପାଲିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଦମକ ଠାରେ ଆଜି ୨୫ ତମ ଗଣେଷ ପୂଜା ପାଳିତ ହୋଇଯାଇଛି।

ଏଥିରେ ପୂଜକ ଶମ୍ଭୁ ପୁଝାରୀ ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ଅଶ୍ଵିନୀ ପ୍ରଧାନ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Nuakhai wishes