ସାହାଜ ପିଟାରେ ଜିଲ୍ଲା ସ୍ତରୀୟ ନିରାପଦ ମାତୃତ୍ବ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ନିକଟସ୍ଥ ସହାଜପିଟା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଏହି ସଭାରେ ଅଧ୍ୟକ୍ଷତା କରି ନିରାପଦ ମାତୃତ୍ଵ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଆହ୍ଵାନ ଦେଇଥିଲେ।

ବାର୍‌ହା ଫାଶରେ ପଡ଼ି ଦନ୍ତାର ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ମହଦା ଗାଁ ନିକଟ ଜଙ୍ଗଲରେ ମୃତଦେହ ଠାବ ହୋଇଛି।

ବାର୍‌ହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ଚାର୍ଜିତ ଫାଶରେ ହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ବିନିକା ରେଞ୍ଜର।

ଜଳିଗଲା ଇନୋଭା କାର୍‌ ଓ ୫ଟି ବାଇକ୍‌

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଡେଲି ମାର୍କେଟ୍‌ରେ ଥିବା ଏକ ଗ୍ୟାରେଜ୍‌ରେ ଏହି ଘଟଣା ଘଟିଛି।

ଏକ ବ୍ୟାଟେରୀଚାଳିତ ଗାଡ଼ିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିବା ବେଳେ ସବୁ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।

ଯୁବରାଜପୁର ଶ୍ରୀରାମଲୀଳା ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗ୍ରାମରେ ଚାଲିଥିବା ଶ୍ରୀରାମଲୀଳା ଉଦଯାପିତ ହୋଇଯାଇଛି।

ଚଳିତ ବର୍ଷ ଏଠାକାର ରାମଲୀଳା ୩୯ ବର୍ଷରେ ପଦାର୍ପଣ କରିଥିଲା । ପ୍ରାୟ ୧୦୫ ଜଣ ବ୍ରତଧାରୀ କାଷ୍ଠାର ସହିତ ବ୍ରତଧାରଣ ପୂର୍ବକ ଏହା ପାଳନ କରିଥିଲେ ।

ଦେଶଫାଲ ମହୋତ୍ସବର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଧର୍ମଶାଳା ଆରଏମସି ପରିସରରେ ଚତୁର୍ଥ ଦେଶଫାଲ ଲୋକକଳା ମହୋତ୍ସବର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପଦ୍ମଲୋଚନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସଦସ୍ୟ ମାନେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ଆସନ୍ତା ବର୍ଷ ମହୋତ୍ସବ ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇଁ ସ୍ଥିର ହୋଇଥିଲା । ବୈଠକରେ ସ୍ମୃତିଫଳକ ପ୍ରଦାନ ପୂର୍ବକ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦେଉଲମୁଣ୍ଡା ଠାରେ ଚାରିଶମ୍ଭୁ ମହାମିଳନ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳମୁଣ୍ଡା ଗ୍ରାମରେ ସୋମବାର ଚାରିଶମ୍ଭୁ ମହାମିଳନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ବୌଦ୍ଧ ଜିଲ୍ଲା ଜୁରାମୁଣ୍ଡା ଗ୍ରାମର ସିଦ୍ଧେଶ୍ବର ବାବା ଓ ବାଉଁଶୁଣୀର ଭୁବନେଶ୍ୱର ବାବା ତଥା ସୁବର୍ଣ୍ଣପୁର ଜିଲ୍ଲା ଲୁହାଖଣ୍ଡି ଗ୍ରାମର ରାମେଶ୍ବର ବାବା ଓ ପିତାମହୁଲ ଗ୍ରାମର ଭୁବନେଶ୍ୱର ବାବାଙ୍କ ମଧ୍ୟରେ ଭେଟ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମୁଖ୍ୟ ଛକ ଦେଇ ଏକ ଶୋଭାଯାତ୍ରା ସହକାରେ ଦେଉଳମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଚାରି ଶମ୍ଭୁ ତଥା ଦଣ୍ଡ କଳାକାର ଓ ଉପାସକଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଚମ୍ପାମାଲ ରାମଲୀଳାରେ ‘ସୀତାଚୋରୀ’ ମଞ୍ଚସ୍ଥ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମର ରାମଲୀଳା ନାଟକରେ ‘ସୀତାଚୋରୀ’ ମଞ୍ଚସ୍ଥ ହୋଇଯାଇଛି । ଏଠାକାର ରାମଲୀଳା ଶତାଧିକ ବର୍ଷ ଧରି ଚାଲି ଆସିଛି । ବରିଷ୍ଠ କଳାକାର ରାମକୃଷ୍ଣ ହୋତା ପ୍ରଥମେ ବନ୍ଦନା ଗାନ କରିଥିଲେ ।

ଏହି ନାଟକରେ ରାମ ଭୂମିକାରେ ରବିଚନ୍ଦ୍ର ପୁରୋହିତ, ଲକ୍ଷ୍ମଣ ଭୂମିକାରେ ବିଦ୍ୟାଧର ଥନାପତି, ସୀତା ଭୂମିକାରେ ଜ୍ୟୋତିପ୍ରକାଶ ଥନାପତି, ରାବଣ ଭୂମିକାରେ ସତ୍ୟମପ୍ରୀତମ୍ ହୋତା, ମନ୍ଦୋଦରୀ ପ୍ରଶାନ୍ତ ମହାରଣା ତଥା ବିଭିନ୍ନ ଭୂମିକାରେ ପ୍ରମୋଦ ପୁରୋହିତ, ଅଜିତ, ବ୍ରହ୍ମା ପଣ୍ଡା, ରବି ହୋତା, ବିଶ୍ଵଧର ପ୍ରମୁଖ ଅଭିନୟ କରିଥିବା ଜଣାପଡ଼ିଛି ।

‘ମାଲେଶ୍ରୀ-୨୦୨୩’ ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ ଅଷ୍ଟମ ଲୋକମହୋତ୍ସବ ‘ମାଲେଶ୍ରୀ-୨୦୨୩’ ତଥା ପଲ୍ଲୀଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି ।

ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ମୁଖ୍ୟ ଅତିଥି, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେ ସମୀକ୍ଷକ ସୂର୍ଯ୍ୟ ମୋହନ ଦେଓ ବିଶିଷ୍ଟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ଲବ ସାହୁ, ଉଲୁଣ୍ଡାର ବିଜୟଲକ୍ଷ୍ମୀ ତରାଇ, ମାଲେଶ୍ରୀ ସ୍ମରଣିକାର ସମ୍ପାଦକ ଡ.ବଳରାମ ମିଶ୍ର, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଂଜିବ ଦେହୁରୀ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ‘ମାଲେଶ୍ରୀ’ ସ୍ମରଣିକା ଉନ୍ମୋଚନ କରାଯିବା ସହ ଶ୍ରୀ ଦେଓଙ୍କୁ ‘ମାଲେଶ୍ରୀ-୨୦୨୩’ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଦେଉଳି ଠାରେ ଚାରିଶମ୍ଭୁ ମହାମିଳନ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମରେ ଶନିବାର ଚାରିଶମ୍ଭୁ ମହାମିଳନ ଉତ୍ସବ ଆୟୋଜିତ ହୋଇଛି ।

ଏଥିରେ ବୌଦ୍ଧ ଜିଲ୍ଲା କରଡାପଦା ଗ୍ରାମର କପିଲେଶ୍ୱର ବାବା ଓ ଜୁରାମୁଣ୍ଡା ଗ୍ରାମର ସିଦ୍ଧେଶ୍ବର ବାବା, ସୋନପୁର ଜିଲ୍ଲା ମେଣ୍ଡାମାଲ ଗ୍ରାମର ଗୁପ୍ତେଶ୍ୱର ବାବା ଓ ଲୁହାଖଣ୍ଡି ଗ୍ରାମର ରାମେଶ୍ବର ବାବାଙ୍କ ମଧ୍ୟରେ ଭେଟ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Nuakhai wishes