ମେଦିନୀ ପାଲିରେ କୁଞୀ ଘର ପ୍ରତିଷ୍ଟା ଉତ୍ସବ

ସୋନପୁର ବ୍ଲକ ମଲିକମୁଣ୍ତା ପଂଚାୟତ ଅଧୀନସ୍ଥ ମେଦିନୀ ପାଲି ଗ୍ରାମରେ କୁଞୀଘର ପ୍ରତିଷ୍ଟା ଏବଂ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

କର୍ତ୍ତା ଦାୟତ୍ବ ତୁଲାଇ ଥିଲେ ଶଙ୍କର ପୂଟେଲ , ଓ ସେଶଦେବ ଭୋଇ , ପରିଚାଲନା ଦାୟତ୍ବରେ ବିରାଜ ଭୋଇ ,ରମେଶ ଖୁଡୁଲି ,ସୁରେଶ ସାହୁ ଓ ଗ୍ରାମ ବାସୀ ବୃନ୍ଦ l

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ

ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ସ୍ଥାନୀୟ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡିପିଏମ ବିଶ୍ଵମ୍ଵର ବେହେରା ଯୋଗଦେଇଥିଲେ।

ମାଲେଶ୍ରୀ’ର ଦ୍ଵିତୀୟ ସନ୍ଧ୍ୟା ସମ୍ବଲପୁରୀ ନୃତ୍ୟରେ ବିମୋହିତ ଦର୍ଶକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ ଅଷ୍ଟମ ଲୋକମହୋତ୍ସବ ‘ମାଲେଶ୍ରୀ-୨୦୨୩’ର ଦ୍ଵିତୀୟ ସନ୍ଧ୍ୟାରେ ଗୁରୁବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରୁ ଭୁବନେଶ୍ୱର ଲକ୍ଷ୍ୟ କଳା କେନ୍ଦ୍ର ଦ୍ବାରା ଓଡ଼ିଶୀ ନୃତ୍ୟ ‘ନମୋଃ ବରୋଦେ’, ତରଭାର ରୁପଶ୍ରୀ କଳା ପରିଷଦ ଦ୍ବାରା ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ଼ର ମୟୁରୀ, ବରଗଡର କଳାଜୀବି ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ନୃତ୍ୟ, କଦୋଦରର ଶବର-ଶବରାନୀ ଆଦି ନୃତ୍ୟ ପରିବେଷିତ ହୋଇଥିଲା ।

ଅବୋଲି ସୁନୀଲ ନରୱଣେ ଝାରସୁଗୁଡ଼ା ଜିଲ୍ଲାପାଳ ନିଯୁକ୍ତ

ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାପାଳ ଭାବେ ଆଜି ବଦଳି କରିଛନ୍ତି।

ଏଡିଏମଙ୍କୁ ଦାୟିତ୍ଵ ହସ୍ତାନ୍ତର କରି ନୂତନ ପଦବୀରେ ତୁରନ୍ତ ଯୋଗ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି।

ବିଶ୍ୱ କଲ୍ୟାଣ ନିମନ୍ତେ ଚଣ୍ଡୀଯଜ୍ଞ

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାୟଗୁରୁପଡ଼ାର ମାତା ନାରାୟଣୀଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଏଠାରେ ପୂଜକ ଭାବରେ ସମସ୍ତ ଦାୟିତ୍ୱ ସମ୍ପନ୍ନ କରିଥିଲେ । ପ୍ରତିବର୍ଷ ଚୈତ୍ର ମାସରେ ଏହି ଚଣ୍ଡୀ ଯଜ୍ଞ ପଡ଼ାବାସୀମାନେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥାନ୍ତି ।

ଲୁମୁରଜେନାରେ ଚାରିଶମ୍ଭୁ ମିଳନ ଉପଲକ୍ଷେ ଦଣ୍ଡ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁମୁରଜେନା ଗ୍ରାମରେ ଚାରିଶମ୍ଭୁ ମିଳନ ଉପଲକ୍ଷେ ଆଜି ଦଣ୍ଡ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ମୁଖ୍ୟ ଛକ ଦେଇ ଏକ ଶୋଭାଯାତ୍ରା ସହକାରେ ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏଥିରେ ବୌଦ୍ଧ ଜିଲ୍ଲା ତିଲେଶ୍ୱରର ଗୁପ୍ତେଶ୍ୱର ବାବା, ମୁର୍ଷୁଣ୍ଢିର ସ୍ୱପ୍ନେଶ୍ୱର ବାବା, ପିତାମହୁଲର ସ୍ୱପ୍ନେଶ୍ୱର ବାବା ଓ ଉଲୁଣ୍ଡା ବ୍ଲକ ନାକଡେଇଁର ନାଗେଶ୍ଵର ବାବାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ବୀରମହାରାଜପୁର ଲୋକମହୋତ୍ସବ ‘ମାଲେଶ୍ରୀ’ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଅଷ୍ଟମ ଲୋକମହୋତ୍ସବ ‘ମାଲେଶ୍ରୀ-୨୦୨୩’ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଉଦଘାଟନ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ (ରାଜସ୍ବ) ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବର ପରିଚାଳନା କମିଟି ସମ୍ପାଦକ ସ୍ଵୟମ୍ଭୁନାଥ ଖଣ୍ଡଗିରି ସ୍ଵାଗତ ଭାଷଣ ଦେଇଥିଲେ ।

ଡବଲଙ୍ଗରେ ଚୈତ୍ର ପର୍ବ ବାରପାହାର ଯାତ୍ରା ଅନୁଷ୍ଠିତ

ସୋନପୁର ବ୍ଲକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ଆଜି ବାରପାହାର ଯାତ୍ରା ଉଦଯାପିତ ହୋଇଯାଇଛି l

ଏଥିରେ ପୂଜାର୍ଚ୍ଚନା କରିଥିଲେ ସଂପୂର୍ଣ୍ଣ ଧରୁଆ ଦେହେରୀ ରମେଶ ଧରୁଆ ,ଚକ୍ର ଦେହେରୀ ଆନନ୍ଦ ଦେହୁରୀ ,ଘଣ୍ତ ମହୁରୀ ପଞ୍ଚ ବାଦ୍ୟ ତାଳେତାଳେ ନଗର ପରିକ୍ରମା ହୋଇ ଦେବତାଙ୍କୁ ଦର୍ଶନ କରିଥିଲେ l

ଉଲୁଣ୍ଡା ତହସିଲଦାର ଭାବେ ଦିଲ୍ଲୀପ ମାଝୀଙ୍କ ଯୋଗଦାନ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ତହସିଲରେ ନୂତନ ତହସିଲଦାର ଭାବରେ ଦିଲ୍ଲୀପ ମାଝୀ ଯୋଗ ଦେଇଛନ୍ତି । ଆଜି ସୁବର୍ଣ୍ଣପୁର ଜିଲ୍ଲା କୁଲତା ସମାଜ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିନିକା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି, ବିନିକା ପୋଲିସ, ମହାନଦୀ ଯୁବ ସଂଗଠନ ଓ ହେଲ୍ପ ଟୁ ଓଦର୍ଶର ମିଳିତ ଆନୁକୂଲ୍ୟରେ ବିନିକା କଲେଜ ଛକ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହେଲମେଟ ଓ ସିଟବେଲ୍ଟ ପିନ୍ଧିଥିବା ଆରୋହୀଙ୍କୁ ପୁଷ୍ପ ଓ ଚକୋଲେଟ୍ ପ୍ରଦାନ କରାଯାଇଥିଲା ।

Nuakhai wishes