ବାଲୁକକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପବିତ୍ର ରଥଯାତ୍ରା ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମହାପ୍ରଭୁ ଜଗନ୍ନାଥଙ୍କ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ୧୨୫ ବାଲି ରଥ ନିର୍ମାଣ କରିଛନ୍ତି ।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ଭକ୍ତିମୟ ପରିବେଶରେ ରତ୍ନ ସିଂହାସନ ଛାଡ଼ି ବଡ଼ ଦାଣ୍ଡକୁ ଅବତରଣ କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।

ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ ଏବଂ ଏହାପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ତା’ପରେ ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ହୋଇଛି।  

ପ୍ରସନ୍ନ ପ୍ରଧାନ ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରସନ୍ନ ପ୍ରଧାନ l ସେ ପି.ଆର.ବେଉରିଆଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ l

ଶ୍ରୀ ପ୍ରଧାନ ଏହା ପୂର୍ବରୁ ଦିଲ୍ଲୀସ୍ଥିତ କର୍ପୋରେଟ ହେଡ଼କ୍ଵାର୍ଟରରେ ଜେନେରାଲ ମ୍ୟାନେଜର ଥିଲେ l

ସିଂହଦ୍ୱାର ସମ୍ମୁଖରେ ତିନି ରଥ, ଆସନ୍ତାକାଲି ଘୋଷଯାତ୍ରା

ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ଥିବା ବେଳେ ଆଜି ତିନିରଥ ତାଳଧ୍ଵଜ, ନନ୍ଦିଘୋଷ ଏବଂ ଦର୍ପଦଳନ ଦକ୍ଷିଣ ମୋଡ଼ ପରେ ସିଂହଦ୍ୱାର ସମ୍ମୁଖରେ ଛିଡା ହୋଇଛନ୍ତି l
ଭକ୍ତ ମାନେ ଅପାର ଉତ୍ସାହରେ ରଥ ଗୁଡିକୁ ରଥ ଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ l

ଘୋଷଯାତ୍ରା ପାଇଁ ତିନି ବାଡ଼ରୁ ଆସିଲା ଆଜ୍ଞାମାଳ

ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାର ଥିବା ବେଳେ ଆଜି ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଆଣିବା ପାଇଁ ତିନି ବାଡ଼ରୁ ଆଜ୍ଞାମାଳ ପ୍ରଦାନ କରାଯାଇଛି l

ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ବସ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ପୁରୀକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ପୁରୀକୁ ସ୍ୱତନ୍ତ୍ର ବସ୍ ଚଳାଇବା ପାଇଁ ଯୋଜନା କରାଯାଇଛି ।

ମାଷ୍ଟରକେନଟିନ ଏବଂ ବରମୁଣ୍ଡା ବସ ଷ୍ଟାଣ୍ଡରୁ ସିଧାସଳଖ ପୁରୀ ତଲବଣିଆ ଯାଏଁ ଏହି ବସ ଚାଲିବ ।ରଥଯାତ୍ରା ଦିନ ୫୦,୫୧,୫୨ନମ୍ବର ରୁଟ ରେ ମୋ ବସ୍ ସେବା ବନ୍ଦ ରହିବ ଏବଂ ୫୩ନମ୍ବର ରୁଟ ବସ ମାଲତିପାଟପୁରରୁ ସିଧା ପୁରୀ ନଯାଇ ବାଇପାସ ଦେଇ ତାଳବଣିଆ ଯିବ ।

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ତିନିରଥର ଦୁଆର ବେଢାରେ କନା ସଂଯୋଗ ହୋଇ ସାରିଛି ।

ଦର୍ଜି ସେବକ ମାନେ କନକ ମୁଣ୍ଡି ଚାନ୍ଦୁଆ ,ଉଡା ଚାନ୍ଦୁଆ,ସାରଥୀ ପୋଷାକ,ସିଲାଇ ଶେଷ ହୋଇଛି । ଶ୍ରୀଜୀଉ ଚକା ବିଜେ ପାଇଁ ବନାରସୀ ଜରି କନା ଖୋଳ ଓ ଠାକୁରଙ୍କ ପିଠା ଏବଂ ମସ୍ତକର ପଛ ଭାବପାଇଁ ତକିଆ ନିର୍ମାଣ ଶେଷ ହୋଇଛି ।

ରଥରେ ଲାଗିଲା କନା

ଦିନକ ପରେ ରଥଯାତ୍ରା ଥିବାବେଳେ ଦର୍ଜି ସେବକ ମାନେ ତିନିରଥର କନା କାମ ଶେଷ କରିବା ପରେ ଆଜିଠୁ ରଥରେ ଲାଗିବା ଆରମ୍ଭ ହୋଇଛି ।

ଆଜି ପ୍ରଥମ ପର୍ଯ୍ୟାୟରେ ତିନିରଥର ଦୁଆର ବେଢାରେ କନା ଲାଗିବ ଏବଂ ଆସନ୍ତାକାଲି ବାକି ଅଂଶରେ ରଥକନା ଲାଗିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଦିନକ ପରେ ରଥଯାତ୍ରା ଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି ।

ତାଟି ଫିଟିବା ପରେ ଆରମ୍ଭ ହେଲା ପରିମାଣିକ ଦର୍ଶନ । ଦକ୍ଷିଣ ଦ୍ୱାର ଦେଇ ଶ୍ରଦ୍ଧାଳୁ କରୁଛନ୍ତି ପରିମାଣିକ ଦର୍ଶନ କରିବେ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ସକାଳ 8 ଟାରୁ ନବଯୌବନ ଦର୍ଶନ

ଆସନ୍ତାକାଲି ସକାଳ 8 ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l ପ୍ରଥମ ଏକ ଘଣ୍ଟା ପରିମାଣିକ ଦର୍ଶନ ହେବ l ସକାଳ 9 ରୁ ସାଢେ 19 ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି l
ଏହା ପରେ ଅପରାହ୍ନ 2 ଟାରୁ 3 ଟା, ସନ୍ଧ୍ୟା 6 ଟାରୁ ସାଢେ 6 ଟା, ରାତି 9 ଟାରୁ ସାଢେ 10 ଟା ଏବଂ ରାତି ସାଢେ 11 ରୁ ସାଢେ 12 ଟା ଦର୍ଶନ ହେବ l

Nuakhai wishes