ରଥ ସମ୍ମୁଖରେ ପାରମ୍ପରିକ ଓଡିଶୀ ନୃତ୍ୟ

ଆଜି ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ରଥ ସମ୍ମୁଖରେ ନୃତ୍ୟଶିଳ୍ପୀ ମାନେ ପାରମ୍ପରିକ ଓଡିଶୀ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା l

ଶ୍ରୀଜଗନ୍ନାଥଙ୍କ ପୁସ୍ତକ ଉନ୍ମୋଚିତ

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ପୁସ୍ତକ ଉନ୍ମୋଚିତ ହୋଇଛି।

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପୁସ୍ତକ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି।

ବଡ଼ଦାଣ୍ଡରେ ଗଡି ଚାଲିଛି ନନ୍ଦିଘୋଷ ରଥ

ମାଉସୀ ମା’ ଘର ଅଭିମୁଖେ ଗଡି ଚାଲିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ପ୍ରଥମେ ବଡ଼ ଭାଇ ଏବଂ ଭଉଣୀଙ୍କୁ ବିଦା କରିବା ପରେ ଶେଷରେ ବାହାରିଥିଲେ କାଳିଆ ଠାକୁର।

ରଥ ଟାଣିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ପୁରୀ ବଡ଼ଦାଣ୍ଡରେ ରଥାରୁଡ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥ ଟାଣିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ।

ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପୁରୀ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି।

ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଗଡ଼ିବା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ରଥଯାତ୍ରାର ଛେରାପହଁରା ନୀତି ସମ୍ପନ୍ନ

ପୁରୀ ପ୍ରସିଦ୍ଧ ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା ନୀତି ସମ୍ପନ୍ନ ହୋଇଯାଇଛି ।

ରଥ ଉପରେ ସୁବର୍ଣ୍ଣଚାମର ଧରି ଛେରାପହଁରା ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ଘୋଷଯାତ୍ରା ଅବସରରେ ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଶିଷ୍ୟଙ୍କ ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ଦର୍ଶନ କରିଛନ୍ତି ।

ରଥଟଣା ପୂର୍ବରୁ ଗୁଳୁଗୁଳିରେ ୪୭ ଅସୁସ୍ଥ

ପୁରୀରେ ରଥଟଣା ପୂର୍ବରୁ ଗୁଳୁଗୁଳିରେ ୪୭ ଜଣ ଅସୁସ୍ଥ ହୋଇଥିବା ବେଳେ ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମୁଦ୍ରରରେ ସ୍ନାନ ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଶ୍ରୀକ୍ଷେତ୍ରରେ ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି

ପବିତ୍ର ଘୋଷ ଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆସି ଚତୁର୍ଦ୍ଧା ମୂର୍ତ୍ତି ସିଂହଦ୍ୱାରରେ ରଥାରୁଢ଼ ହୋଇଛନ୍ତି l ପ୍ରଥମେ ସୁଦର୍ଶନ ଏବଂ ପରେ ପରେ ବଲଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ରଥକୁ ବିଜେ ହୋଇଛନ୍ତି l

Nuakhai wishes