ଆଡପମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକମାନେ ପ୍ରବେଶ କରିପାରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ବଡ଼ଶଙ୍ଖ ଠାରୁ ଲାଇନ୍‌ରେ ଛିଡ଼ା ହୋଇଥିଲେ ।

ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ ଏହି ସ୍ବତନ୍ତ୍ର ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ପ୍ରାୟ ୩ ଘଣ୍ଟା ପାଇଁ ବନ୍ଦ ରହିବ ।

ପୁରୀରେ ଦୃଷ୍ଟିହୀନ କଳାକାରଙ୍କ ଭଜନ ପରିବେଷଣ

ପୁରୀ ରଥଯାତ୍ରା ଉପଲକ୍ଷେ ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ନିକଟରେ ଓଡ଼ିଶା ସର୍ଭିସ ସେଣ୍ଟର୍ ଫର୍ ବ୍ଲାଇଣ୍ଡ ବ୍ରହ୍ମପୁର ଶାଖା ପକ୍ଷରୁ ଦୃଷ୍ଟିହୀନ କଳାକାରମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା l

ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଡ. ଇ. ଜୟନ୍ତୀ ରାଓ, ଉପ ସଭାପତି ନନ୍ଦିନୀ ପାଢ଼ୀ,ସମ୍ପାଦକ ଭାବାନି ପାଢ଼ୀ ,ଗଣେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l

ଆସନ୍ତାକାଲି ସନ୍ଧ୍ୟା 5 ରୁ 10 ପ୍ରଭୁଙ୍କ ଦର୍ଶନ ବନ୍ଦ

ଗୁଣ୍ଡିଚା ମନ୍ଦିରରେ ଆଡପ ମଣ୍ଡପରେ ଆସନ୍ତାକାଲି ସନ୍ଧ୍ୟା 5 ଟାରୁ ରାତି 10 ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l ଠାକୁରଙ୍କ ବନକ ଲାଗି ନୀତି ଥିବାରୁ ଦର୍ଶନ ବନ୍ଦ ରହିବ l

ଶ୍ରୀମନ୍ଦିରରେ ଏଏସଆଇର ବୈଷୟିକ ଟିମ୍

ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ଏଏସଆଇର ବୈଷୟିକ ଟିମ୍ ।

ଟିମରେ ଚେନ୍ନାଇ ଆଇଆଇଟିର ପ୍ରଫେସର ଅରୁଣ ମେନନ, ଏଏସଆଇ ଓଡ଼ିଶା ମୁଖ୍ୟ ଅରୁଣ ବୋଥ୍ରା ,କେମିକାଲ ଇଞ୍ଜିନିୟର ରଞ୍ଜନା ପୁଷ୍କର ଓ ରାଜ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ସାମିଲ ଅଛନ୍ତି ।

ଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଗତକାଲି ବଡ଼ଦାଣ୍ଡରେ ଲୀଳା ଲଗାଇବା ପରେ ଶନିବାର ଦିନ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି।

ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ପ୍ରତିବର୍ଷ ଭଳି ରବିବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବ।ଆଜିଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ବି ପାଇପାରିବେ।

ଚୁଲି ଭଙ୍ଗା ସତ୍ତ୍ୱେ ଭକ୍ତଙ୍କୁ ଅବଢ଼ା ମିଳିବାରେ ଅସୁବିଧା ନାହିଁ

ଗୁଣ୍ଡିଚା ମନ୍ଦିର ରୋଷ ଘରେ ଗତକାଲି ରାତିରେ କେହି ଦୁର୍ବୃତ୍ତ 20 ଟି ଚୁଲି ଭାଙ୍ଗିଥିବା କେତେକ ଅଭିଯୋଗ କରିଥିବା ବେଳେ ପ୍ରାୟ 60/70 ଚୁଲି ଭାଙ୍ଗିଥିବା ଅନ୍ୟ କେତେକ ଅଭିଯୋଗ କରିଛନ୍ତି l
ତେବେ ଗୁଣ୍ଡିଚା ରୋଷ ଘରେ ମୋଟ 752 ଟି ଚୁଲି ଥିବାରୁ ଭକ୍ତଙ୍କୁ ଅବଢା ମିଳିବାରେ କିଛି ଅସୁବିଧା ହେବନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି l

ଗୁଣ୍ଡିଚା ମନ୍ଦିର ରୋଷଘରେ ଦୁର୍ବୃତ୍ତ ଭାଙ୍ଗିଲେ ଚୁଲି

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ଗତକାଲି ରାତିରେ କେହି ଦୁର୍ବୃତ୍ତ 29 ରୁ ଅଧିକ ଚୁଲି ଭାଙ୍ଗି ଦେଇଥିବା ଆଜି ଜଣାପଡିଛି l ଆଡପ ଅବଡା ରନ୍ଧା ପାଇଁ ଏସବୁ ଚୁଲି ପ୍ରସ୍ତୁତ କରାଯାଇଥିଲା l

ଶ୍ରୀକ୍ଷେତ୍ରରେ ଆଜି ଆଡ଼ପ ମଣ୍ଡପ ବିଜେ

ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେଉଥିବା ବେଳେ ଆଜି ଆଡ଼ପ ମଣ୍ଡପ ବା ଜନ୍ମବେଦୀକୁ ବିଜେ କରିବେ ।

ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ।

Nuakhai wishes