ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଦଶ ଲକ୍ଷରୁ ଅଧିକ ଭକ୍ତ

ଆଜି ଶ୍ରୀକ୍ଷେତ୍ରରେ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହୋଇଥିବା ବେଳେ ଏହା ଦେଖିବାକୁ ଦଶ ଲକ୍ଷରୁ ଅଧିକ ଭକ୍ତ ଠୁଳ ହୋଇଛନ୍ତି l

ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ

ଶ୍ରୀମନ୍ଦିର ସମ୍ମୁଖରେ ସିଂହଦ୍ୱାରରେ ଗତକାଲି ବାହୁଡା଼ ଯାତ୍ରାରେ ପହଁଚିଥିବା ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି l
ଆଜି ଅନ୍ୟାନ୍ୟ ନୀତିକାନ୍ତି ପରେ ସନ୍ଧ୍ୟା 5 ଟାରୁ ରଥାରୁଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ l ପ୍ରାୟ 138 ପ୍ରକାର ସୁନା ଅଳଙ୍କାରରେ ତିନି ଠାକୁର ଝଟକିବେ ଏବଂ ଦୁଇ ବର୍ଷ ପରେ ସିଂହଦ୍ୱାରରେ ଭକ୍ତ ମାନେ ସ୍ୱଚକ୍ଷୁରେ ଏହା ଦେଖିବାକୁ ପାଇବେ l

ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ, ରବିବାର ସୁନାବେଶ

ଆଜି ସନ୍ଧ୍ୟା ସୁଦ୍ଧା ତିନି ଠାକୁରଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ଵଜ ଏବଂ ଦର୍ପଦଳନ ଶ୍ରୀମନ୍ଦିର ସମ୍ମୁଖରେ ପହଂଚିବା ପରେ ମଧ୍ୟ ବିଳମ୍ବିତ ରାତି ସୁଦ୍ଧା ଭକ୍ତଙ୍କ ଗହଳି ଲାଗି ରହିଛି l ଆସନ୍ତାକାଲି ସନ୍ଧ୍ୟାରେ ରଥ ଉପରେ ତିନି ଠାକୁରଙ୍କ ସୁନାବେଶ ହେବ l

ଶ୍ରୀମନ୍ଦିର ନିକଟରେ ଲାଗିଲା ତାଳଧ୍ୱଜ ଓ ଦର୍ପଦଳନ ରଥ

ପୁରୀ ଶ୍ରୀମନ୍ଦିର ନିକଟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଲାଗିଥିବା ବେଳେ ଗହଳି ଲଗାଇ ପଛରେ ଗଡୁଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ଆଉ କିଛି ସମୟ ମଧ୍ୟରେ ସିଂହଦ୍ୱାରରେ ନନ୍ଦିଘୋଷ ରଥ ପହଞ୍ଚିବ।

ଶ୍ରୀମନ୍ଦିର ଅଭିମୁଖେ ବଡ଼ଦାଣ୍ଡରେ ଗଡି ଚାଲିଛି ୩ ରଥ

ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର ।

ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି।

ତିନି ରଥରେ ରଥାରୂଢ଼ ହେଲେ ତିନି ଠାକୁର

ପ୍ରଥମେ ଶ୍ରୀସୁଦର୍ଶନ ରଥାରୂଢ଼ ହେବା‌ ପରେ ଦେବଦଳନରେ ସୁଭଦ୍ରା, ତାଳଧ୍ୱଜ ରଥରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଛନ୍ତି।

ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ।

ପହଣ୍ଡିବିଜେ କରୁଛନ୍ତି ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ପାଇଁ ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ହୋଇଥିଲା।

Nuakhai wishes