ହତ୍ୟା ମାମଲାରେ 20 ଜଣଙ୍କୁ ଆଜୀବନ ଜେଲ, ଜରିମାନା

2012 ମସିହାରେ ପୁରୀ ଜିଲ୍ଲାର କଣାସ ଥାନା ଅନ୍ତର୍ଗତ ଗଳାଜିପିପୁର ଠାରେ ସରକାରୀ ଜମିରେ ଥିବା ଏକ ଚାକୁଣ୍ଡା ଗଛକୁ କେନ୍ଦ୍ର କରି ମାନସ ବଳିୟାରସିଂ ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା l
ଏହି ମାମଲାରେ ଆଜି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ 20 ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହ 30 ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

ପୁରୀ ଜିଲ୍ଲାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ

ପୁରୀ ଜିଲ୍ଲାରେ 44 ବର୍ଷର ଜଣେ କୋଭିଡ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି l ସେ ଲିଭର ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ l

ମଙ୍ଗଳା କଲେଜ ପରିସରରେ କାରଗିଲ୍ ବିଜୟ ଦିବସ ପାଳିତ

ଆଜି ପୁରୀ ଜିଲ୍ଲା କାକଟପୁରସ୍ଥିତ ମା’ ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଏନ୍.ସି.ସି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କାରଗିଲ୍ ବିଜୟ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଜୟ ହିନ୍ଦ୍, ହାମାରା ଭାରତ ମହାନ ସ୍ଲୋଗାନ ଦେଇ କାକଟପୁର ବଜାର ପରିକ୍ରମା କରିଥିଲେ।

ପୁରୀରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିୟମ କେନ୍ଦ୍ର

ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି।

Nuakhai wishes