ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରାବଣ-କୃଷ୍ଣ ସପ୍ତମୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ବନକଲାଗି’  ଅର୍ଥାତ  ‘ଶ୍ରୀମୁଖ ସିଂହାର’  ନୀତି ଅନୁଷ୍ଠିତ ହେବ । 

ନୀତି ଚାଲୁଥିବା ସମୟରେ ଅର୍ଥାତ ପ୍ରାୟ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ତ୍ରୀ ମାନ୍ୟତା ଦାବି କରି ଥାନା ଆଗରେ ଯୁବତୀଙ୍କ ଧାରଣା

ପୁରୀ ଜିଲ୍ଲା ନୂଆଗଡ଼ ସାମୁଦ୍ରିକ ଥାନା ଆଗରେ ଜନୈକା ଯୁବତୀ ଧାରଣା ଦେଇଛନ୍ତି।

ଯୁବତୀଙ୍କ କହିବା ଅନୁସାରେ, କିଛିଦିନ ତଳେ ଉକ୍ତ ଗାଁର ଜଣେ ଯୁବକ ତାଙ୍କୁ ନେଇ ରାଜ୍ୟ ବାହାରେ ୧୧ ଦିନ ରଖିବା ପରେ ପୁଣି ଗାଁରେ ଛାଡ଼ିଦେଇଥିଲା। ଏବେ ଯୁବକଙ୍କ ଘର ଲୋକେ ତାଙ୍କୁ ଘରେ ପୂରାଇ ଦେଉନାହାନ୍ତି।

ପୁରୀରେ 135 କୋଟି ଟଙ୍କାରେ ହେବ ଧର୍ମଶାଳା

ଅବଢ଼ା ଯୋଜନାରେ ପୁରୀର ବାସେଳୀ ସାହିରେ 135.60 କୋଟି ଟଙ୍କା ଖର୍ଚ୍ଚରେ ଏକ ଧର୍ମଶାଳା ନିର୍ମାଣ ହେବ l ଏହି ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l

ହତ୍ୟା ମାମଲାରେ 20 ଜଣଙ୍କୁ ଆଜୀବନ ଜେଲ, ଜରିମାନା

2012 ମସିହାରେ ପୁରୀ ଜିଲ୍ଲାର କଣାସ ଥାନା ଅନ୍ତର୍ଗତ ଗଳାଜିପିପୁର ଠାରେ ସରକାରୀ ଜମିରେ ଥିବା ଏକ ଚାକୁଣ୍ଡା ଗଛକୁ କେନ୍ଦ୍ର କରି ମାନସ ବଳିୟାରସିଂ ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା l
ଏହି ମାମଲାରେ ଆଜି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ 20 ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହ 30 ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

ପୁରୀ ଜିଲ୍ଲାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ

ପୁରୀ ଜିଲ୍ଲାରେ 44 ବର୍ଷର ଜଣେ କୋଭିଡ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି l ସେ ଲିଭର ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ l

Nuakhai wishes