ସିକିଲିନ ରୋଗୀ ପାଇଁ ରକ୍ତଦାନ କଲେ ଶିକ୍ଷକ

ଆଜି ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ସୁଲିଆ ଗ୍ରାମର ଜଣେ ସିକିଲିନ ରୋଗୀ ପାଇଁ ଖୁଣ୍ଟୁଲାପାଲି ଗ୍ରାମର ଶିକ୍ଷକ ତଥା ସମାଜସେବୀ ନିତ୍ୟାନନ୍ଦ ମହାକୁର ଏ+ ଗ୍ରୁପର ରକ୍ତଦାନ କରି ମହନୀୟତା ଦେଖାଇଛନ୍ତି ।

ଚାଷୀଙ୍କ ପଞ୍ଜିକରଣ ନେଇ ଉପ ନିବନ୍ଧକଙ୍କୁ ଦାବିପତ୍ର ପ୍ରଦାନ

ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନର ଏକ ପ୍ରତିନିଧି ଦଳ ସମବାୟ ସମିତି ସମୁହ ଉପ- ନିବନ୍ଧକ କୃଷ୍ଣଚନ୍ଦ୍ର ଦାସଙ୍କୁ ଭେଟି ଚାଷୀଙ୍କ ପଞ୍ଜିକରଣ ବାବଦରେ ଦାବି ପତ୍ର ପ୍ରଦାନ କରାଯାଇଛି।

ଦାବି ମୁତାବକ ଜିଲ୍ଲାରେ ସାନ୍ତାଳ ଜାତିର ଲୋକଙ୍କ ଜମିପଟ୍ଟାରେ ପୂର୍ବ ପୁରୁଷଙ୍କ ନାମରେ କୁଳନାମ ରହିଛି। ଯାହାକୁ ନେଇ ସମସ୍ୟା ଉପୁଜିଥିବା ବେଳେ ଲ୍ୟାମ୍ପସ ମାନଙ୍କରେ ସେହି ଜମିପଟ୍ଟା ଗ୍ରହଣ କରୁନାହାନ୍ତି। ଚାଷୀମାନେ ପଞ୍ଜିକରଣରୁ ବଞ୍ଚିତ ହେଉଥିବା ଚାଷୀଙ୍କୁ ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆବେଦନ ଫର୍ମ ପ୍ରଦାନ କରାଯାଉ ବୋଲି ଦାବି ଜଣାଯାଇଛି।

ସେବା ଟ୍ରଷ୍ଟର ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲାର ଅନ୍ୟତମ ସାମାଜିକ ସଂଗଠନ ‘ସେବା ଟ୍ରଷ୍ଟ’ ସଂଗଠନର ତୃତୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥାନୀୟ ରୋଟାରି କ୍ଲବ ସଭାଗୃହରେ ଆୟୋଜିତ ହୋଇଛି।

ବୃକ୍ଷରୋପଣ ସମେତ ଅଧିକରୁ ଅଧିକ ସମାଜ ସେବା କରିହେବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

୨୦୪୭ସୁଦ୍ଧା ପ୍ରତି ଘରେ ପହଞ୍ଚିବ ବିଜୁଳି

ମୟୁରଭଞ୍ଜ ଜିଲ୍ଲା ବାରିପଦାର ଶହୀଦ ସ୍ମୃତି ଭବନ ଠାରେ ବିଜୁଳି ମହୋତ୍ସବ ଅନୁଷ୍ଠିତ ହୋଇଛି।

ଭାରତର ସ୍ଵାଧୀନତାର ୭୫ ବର୍ଷ ଅବସରରେ ଆଜାଦି କି ଅମୃତ ମହୋତ୍ସବ ପରିପେକ୍ଷୀରେ ବାରିପଦା ପୋୖରାପାଳିକା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି। ଆଗାମୀ ୨୦୪୭ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗୀକରଣର ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ଥିବା କୁହାଯାଇଛି। ବିଦ୍ୟୁତ ଶକ୍ତିକୁ ଭବିଷ୍ୟତ ପିଢ଼ି ପାଇଁ ସଞ୍ଚୟ ପାଇଁ ମଧ୍ୟ କୁହାଯାଇଛି।

ମାମୁ ଘରକୁ ଆସିଥିବା ଭାଣିଜୀର ପାଣିରେ ବୁଡି ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡ଼ିଆନାଳି ଗାଁ ମାମୁଁ ଘରକୁ ବୁଲିବାକୁ ଆସିଥିବା ୫ ବର୍ଷର ଶିଶୁ କନ୍ୟାର ଗୁରୁବାର ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି l

ମୃତ ଶିଶୁ ହେଲେ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ଗ୍ରାମର ଦର ମୁଣ୍ଡାଙ୍କ ଝିଅ ସନ୍ଧ୍ୟାରାଣୀ ମୁଣ୍ଡା ।ଶିଶୁ କନ୍ୟା ନିଜ ମା ସହ ମାମୁଁ ଘର ପାଟଣା ଥାନା ଡ଼ିଆନାଳି ଗ୍ରାମକୁ ଆସିଥିଲେ। ଆଜି ମା ବିଲକୁ କାମ କରିବା ଯାଇଥିବା ସମୟରେ ସାହିର ଛୁଆଙ୍କ ସହ ବୁଲିବାକୁ ଯାଇ ଗାଁ ନିକଟ ପୋଖରୀରେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି।

ଦିନକରେ ଭୁବନେଶ୍ୱରରେ 114 କରୋନା ଆକ୍ରାନ୍ତ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 114 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 150 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ 1380 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

ପରିମଳ ଅବ୍ୟବସ୍ଥା ପାଇଁ ନର୍ସିଙ୍ଗ ହୋମକୁ 5000 ଟଙ୍କା ଜରିମାନା

ରାଜଧାନୀର 28 ନମ୍ବର ୱାର୍ଡରେ ଏକ ନର୍ସିଙ୍ଗ ହୋମକୁ ପରିମଳରେ ଅବ୍ୟବସ୍ଥା ପାଇଁ ବିଏମସି ଟିମ ଚଢ଼ାଉ କରି 5 ହଜାର ଟଙ୍କା ଜରିମାନା କରିଛନ୍ତି l

ବନସୁରକ୍ଷା ସମିତି ଗୃହର ଶୁଭ ଉଦଘାଟନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳର ଖଜୁରିଆପାଲି ବନ ସୁରକ୍ଷା ସମିତି ଗୃହ ଆଜି ଶୁଭାରମ୍ଭ ହୋଇଯାଇଛି l

ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଶ୍ରୀ ନୀତିଶ କୁମାର ମୁଖ୍ୟ ଅଥିତି ଭାବେ ଯୋଗଦେଇ ବନସୁରକ୍ଷା ସମିତି ଗୃହର ଶୁଭ ଉଦଘାଟନ କରିଥିଲେ ।

ଶ୍ରୀମନ୍ଦିରରେ ଚିତା ଲାଗି ନୀତି ଅନୁଷ୍ଠିତ

ଆଜି ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ।

ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି।

Nuakhai wishes