କ୍ୟାପିଟାଲ ହସ୍ପିଟାଲର ଚାରି ଡାକ୍ତରଙ୍କୁ ଚେତାବନୀ

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟଣାରେ ଆଜି ଚାରିଜଣ ଡାକ୍ତରଙ୍କୁ ଚେତାବନୀ ସହ ବଦଳି ନିର୍ଦ୍ଦେଶ ଦିଆଯାଇଛି l ଭେଷଜ ବିଭାଗର ମୁଖ୍ୟଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି l
ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି l

ଗ୍ରାମ୍ୟ ସମ୍ବଳ କର୍ମୀମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ବୀରମହାରାଜପୁର ବ୍ଲକ ସଦର ଜଗନ୍ନାଥ ମନ୍ଦିର ପରିସରରେ ଗ୍ରାମ୍ୟ ସମ୍ବଳ କର୍ମୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶିଶୁମାନଙ୍କ ଅସୁବିଧା ସମୟରେ ୧୦୯୮ର କିପରି ବ୍ୟବହାର କରାଯାଏ ତାହାକୁ ଉପସ୍ଥାପନ କରାଯିବା ସହ ବାଲ୍ୟ ବିବାହ ନିରାକରଣ, ଶିଶୁ ନିର୍ଯାତନା, ଅନାଥ ଶିଶୁ ମାନଙ୍କ ଥଇଥାନ, ପରିତ୍ୟକ୍ତ ଶିଶୁ ବିଷୟରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।

ମାରୱାଡି ମହିଳା ସମିତି ତରଫରୁ ତିନି ଦିନିଆ ଉତ୍ସବ ଅନୁଷ୍ଠିତ

ଅଖିଳ ଭାରତୀୟ ମାରୱାଡି ମହିଳା ସମିତି ଉଦଳା ଶାଖା ତରଫରୁ ତିନି ଦିନିଆ ମାରୁୱାଡି ଉତ୍ସବ ଅନୁଷ୍ଠିତ ହୋଇଛି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିନନ୍ଦନ ପାଇଁ ନୃତ୍ୟ ପରିବେଷଣ ହୋଇଥିଲା ।

ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ କୂପ ଖନନ ପାଇଁ କାର୍ଯ୍ୟାଦେଶ ଓ ମୁଢ଼ିକଲ‌ ବଣ୍ଟନ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆଜି ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ଏହି ବନଖଣ୍ଡ ଅଧିନସ୍ଥ ଆଠମଲ୍ଲିକ, ମାଧପୁର ଓ ଧଣ୍ଡାତୁପା ବନାଞ୍ଚଳର ୪୯ ଜଣ ହିତାଧିକାରୀଙ୍କୁ ଗଭୀର କୂପ ଖନନ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ଏଥିସହ ଆଠମଲ୍ଲିକ,ମାଧପୁର, ଓ ବାମୁର ବନାଞ୍ଚଳର ଚାରୋଟି ବନ ସୁରକ୍ଷା ସମିତିକୁ ଚାରୋଟି ମୁଢିକଳ‌ ବଣ୍ଟନ କରାଯାଇଛି।

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କିଶୋର ନଗର ପଞ୍ଚାୟତର କେରେଜାଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଆଜି ବିଲକୁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ଏନେଇ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

ଭେଟେରାନ ଗୀତିକାର ନିର୍ମଳା ମିଶ୍ରଙ୍କ ପରଲୋକ

ଏକାଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ କଣ୍ଠଦାନ କରିଥିବା ବୀରଣ ଗୀତିକାର ନିର୍ମଳା ମିଶ୍ରଙ୍କର କୋଲକାତା ସଲଟ ଲେକ ସ୍ଥିତ ବାସଭବନରେ ଆଜି 84 ବର୍ଷ ବୟସରେ ପରଲୋକ ହୋଇଯାଇଛି l
ସେ ଅଦିନ ମେଘ, ସ୍ତ୍ରୀ, ଘର ସଂସାର ଓ ମାଘ ମୁକ୍ତି ଆଦି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ l

ଓଭରବ୍ରିଜ ବାଡ଼ ଭାଙ୍ଗି ଖସିପଡିଲା ବାଲି ବୋଝେଇ ଟ୍ରକ

ଢେଙ୍କାନାଳ ଜିଲ୍ଲା ସଦର ଥାନା ରଣପଶି ନିକଟ ଗେଙ୍ଗୁଟିଆ ରେଲୱେ ଓଭରବ୍ରିଜ ବାଡ଼ ଭାଙ୍ଗି ଆଜି ଏକ ବାଲି ବୋଝେଇ ଟ୍ରକ ଖସି ପଡ଼ିଛି ।

ସକାଳେ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଅଛି।ଗାଡିଟି ଗେଙ୍ଗୁଟିଆ ବାଲିଘାଟରୁ ଢେଙ୍କାନାଳ କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ।

ଏଥିରେ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ପାରାଦୀପ ନିକଟରେ ମାଛଧରାଳୀଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ପାରାଦୀପ ନିକଟରେ ମାଛଧରାଳୀଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କଲେ ବଙ୍ଗୋପସାଗରରେ ପାଟ୍ରୋଲିଂ କରୁଥିବା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ନବରଙ୍ଗପୁର ଜିଲ୍ଲା ରେଙ୍ଗାଭାଟି ଗାଁରେ ଘର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ମହିଳା ହେଲେ ଚନ୍ଦ୍ରିକା ଗଣ୍ଡ । ହତ୍ୟା ସନ୍ଦେହରେ ସ୍ବାମୀ କୁଆଁର ଲାଲ ଗଣ୍ଡକୁ ଅଟକ ରଖିଛି ପୁଲିସ ।

Nuakhai wishes