ମନ୍ କି ବାତ୍’ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ଯୋଗଦାନ

ଢ଼େଙ୍କାନାଳ ଜିଲ୍ଲା ସଦର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ନୱାଣାରେ 24 ଘଣ୍ଟାରେ 50.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ନୱାଣାରେ 50.2, ଶୁଳିଆପଦାରେ 35, କପ୍ତିପଦାରେ 26 ଏବଂ ବେତନଟୀରେ 24 ମିଲିମିଟର ବର୍ଷା ରେକର୍ଡ ହୋଇଛି l

ବୁର୍ଲାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ସମ୍ବଲପୁର ଜିଲ୍ଳାର ବୁର୍ଲା ଧୂଡ଼ିଆପଡାରେ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ପୁଲିସ ଘଟଣାର ତଦନ୍ତ କରୁଛି l

ଆରଏମଆରସିରେ ହେବ ମଙ୍କିପକ୍ସ ଟେଷ୍ଟିଂ

ଆରଏମଆରସିରେ ମଙ୍କିପକ୍ସ ଟେଷ୍ଟିଂ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି ଏବଂ ଏଥିପାଇଁ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକରେ ନିଷ୍ପତ୍ତି ମଧ୍ୟ ହୋଇଛି l
କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖି ଅନୁମତି ଲୋଡିବେ ଏବଂ ଅନୁମତି ମିଳିବା ପରେ ଆରଏମଆରସିରେ ମଙ୍କିପକ୍ସ ଟେଷ୍ଟିଙ୍ଗ ଆରମ୍ଭ ହେବ ବୋଲି କହିଛନ୍ତି ସଂସ୍ଥାର ନିର୍ଦ୍ଦେଶିକା ସଂଘମିତ୍ରା ପତି l

Nuakhai wishes