ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରତିବାଦ କଲେ ଯୁବକ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ସନ୍ତୋଷ ନଗରର ଯୁବକ ନରେଶ ବିଶ୍ୱାସ ସିଂ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ନରେଶ ନବରଙ୍ଗପୁର ରୁ ଉମରକୋଟ ୬୪କିମି ଦୌଡ଼ି ଏହି ଯୋଜନାକୁ ବିରୋଧ କରିଛନ୍ତି ।

ବଜ୍ରପାତରେ ବାପା ମୃତ, ପୁଅ ବର୍ତ୍ତିଲେ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଜୁନାପାରା ଗ୍ରାମର ଈଶ୍ୱର ଗଣ୍ଡ ଆଜି ଅପରାହ୍ନରେ ପୁଅ ସହ ବିଲକୁ ଯାଇଥିବା ବେଳେ ବର୍ଷା ଓ ବଜ୍ରପାତ ହୋଇଥିଲା l

ସେମାନେ ଏକ କୁଡ଼ିଆରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ଈଶ୍ୱରଙ୍କ ମୃତ୍ୟୁ ହୋଇଥିଲା l ତେବେ ଅଳ୍ପକେ ପୁଅ ବର୍ତ୍ତି ଯାଇଛନ୍ତି l

ବିଲରେ କାମ କଲା ବେଳେ ବଜ୍ରପାତ; ୩ ମୃତ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାତ୍ରିମାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତକ ମଧ୍ୟରେ ଜମି ମାଲିକାଣୀ, ତାଙ୍କ ଭାଇ ଓ ଟ୍ରାକ୍ଟର ଚାଳକ ଅଛନ୍ତି।

ଝରିଗାଁରେ 24 ଘଣ୍ଟାରେ 24.8 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ 24.8 ମିଲିମିଟର ବର୍ଷା ହୋଇଥିବା ବେଳେ ରାଇଘରରେ 9 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି l

Nuakhai wishes