୫ ଦଫା ଦାବୀ ନେଇ ରାଜରାସ୍ତାରେ ଭଞ୍ଜସେନାର ବିକ୍ଷୋଭ

ମୟୁରଭଞ୍ଜ ଜିଲ୍ଳା ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉନ୍ନତ ସ୍ବାସ୍ଥ୍ୟ ସେବା, ଉନ୍ନତ ବିଦ୍ୟୁତ ସେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପ୍ରତିଷ୍ଠା କରି ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ଦାବୀ ନେଇ ଭଞ୍ଜସେନା ଆବାହକ କଳିଙ୍ଗ କେଶରୀ ଜେନାଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ୬ ଟାରୁ ଦିନ ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଜିଲ୍ଲାସାର ରାଜରାସ୍ତା ଉପରେ ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ହରତାଲରେ ବହୁ ମହିଳା,ପୁରୁଷ,ଯୁବକ,ଯୁବତୀ,କିନ୍ନର ସାମିଲ ଥିଲେ।

ଥାନା ହେପାଜତରେ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର ଜିଲ୍ଲାର ରେମୁଣା ଥାନା ଅଧିନ ମନ୍ଦାରପୁର ଗ୍ରାମର ଯୁବକ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ହେପାଜତରେ ଅସୁସ୍ଥ ପରେ ଉଦଳା ଡାକ୍ତରଖାନାକୁ ଆଣିଥିବା ବେଳେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏଥିପାଇଁ ତାଙ୍କ ପରିବାର ଲୋକେ ଓ ଗ୍ରାମର ଲୋକେ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହିଇଥିଲା ।

ଶବକୁ ପୁଲିସ ହେପାଜତରେ ପୋଷ୍ଟମୋର୍ଟାମ କରାଯାଇଛି । ଡାକ୍ତରଖାନାରେ ଏବେବି ପରିବେଶ ଅଶାନ୍ତ ରହିଛି । ପୁଲିସ ପ୍ଲାଟୁନ ସହିତ ସ୍ତାନୀୟ ଲୋକଙ୍କର ମଧ୍ୟ ଭିଡ଼ ଜମିଛି ।

ବାରିପଦା ସ୍କାଉଟ ଓ ଗାଇଡ଼ ତରଫରୁ ଜଳଛତ୍ର ବଣ୍ଟନ

ବାରିପଦା ଠାରେ ଓଡିଶା ଭାରତ ସ୍କାଉଟଓ ଗାଇଡ ର ନିର୍ଦେଶ କ୍ରମେ ବାରିପଦା ସ୍କାଉଟ ଓ ଗାଇଡ଼ ଜିଲ୍ଲା ଶାଖା ର ତତ୍ୱାବଧାନରେ ଭଞ୍ଜପୁର ଛକ ଠାରେ ରାସ୍ତାରେ ଯାଉଥିବା ପଥିକ ମାନଙ୍କ ପାଇଁ ଜଳଛତ୍ରର ଆୟୋଜନ କରାଯାଇଥିଲା ।

ଏହି ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମକୁ ବାରିପଦା ଓପୁନ ଗ୍ରୁପ ସହଯୋଗର ହାତ ବଢାଇଥିଲା।

ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ଆଜି ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଓଡିଶା ମୋ ପରିବାର ଓ ଭାରତୀୟ ରେଡ଼କ୍ରସ ସଂସ୍ଥା ମୟୁରଭଞ୍ଜ ଶାଖା ର ମିଳିତ ସହଯୋଗରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏକ ନମ୍ବର କାଉନସିଲର ସୁକେଶିନୀ ସେଠିଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଉଦଘାଟନ କରିଥିଲେ ।

ପଲଙ୍କରୁ ଖସି ପଡି ଶିଶୁପୁତ୍ର ମୃତ୍ୟୁ

ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ହାତୀକୋଟ ପଞ୍ଚାୟତ ନୁଆଡ଼ିହି ଗ୍ରାମର ହିରୋ ମହାନ୍ତଙ୍କ ଛଅ ମାସର ଶିଶୁପୁତ୍ର ନିଜ ମା ସହ ଶୋଇଥିଲା ବେଳେ ଗତକାଲି ରାତିରେ ପଲଙ୍କରୁ ଖସିପଡିଥିଲେ l

ଘଟଣା ପରେ ଶିଶୁକୁ ନେଇ ବାରିପଦା ପି ଆର ଏମ ମେଡିକାଲ କଲେଜରେ ଭର୍ତ୍ତି କରିବା ପରେ ଦାୟିତ୍ୱରେ ଥିବା ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ l ଏନେଇ କେଶିପୁର ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଆଜି ସେହି ଶିଶୁ ପିଲାଟିର ଶବ ବ୍ୟବଚ୍ଛେଦ ହୋଇଥିବାର ଫାଣ୍ଡି ଅଧିକାରୀ ପ୍ରବୋଧ କୁମର ପଣ୍ଡା ସୂଚନା ଦେଇଛନ୍ତି l

ଦିକ୍ଷାନ୍ତ ସମାରୋହ ଶିବିର ପାଳିତ

କପ୍ତିପଦା ଉପଖଣ୍ଡ ଉଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜଗନ୍ନାଥ ବିହାର ଠାରେ ଆଜି ଦିକ୍ଷାନ୍ତ ସମାରୋହ ଶିବିର ପାଳିତ ହୋଇଛି ।

ବିଦ୍ୟାଳୟରେ ଏହି ଶିବିରରେ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏଥିରେ ବ୍ରହ୍ମାନନ୍ଦ ନାୟକ ମଞ୍ଚ ପରିଚାଳନା କରିଥିଲେ ।

ଅଗ୍ନିକାଣ୍ଡରେ ଜଳିଗଲା ବାସଗୃହ

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ରାଣୀବନ୍ଧ ପଞ୍ଚାୟତର ଛୁରୁଣୀ ଗ୍ରାମରେ ଆଜି ମଧ୍ଯାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିବା ଫଳର ଜୟନ୍ତ ମୁର୍ମୁଙ୍କର ବାସଗୃହ ସମେତ ପାଳଗଦା ସଂପୂର୍ଣ୍ଣ ଭାବେ ଜଳିଯାଇଛି ।

ସୁଚନା ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଗ୍ରାମରେ ପହଞ୍ଚି ନିଅଁକୁ ଆୟତ କରିଥିଲା ।

ବେତନଟୀ ଡାକ୍ତରଖାନା ସର୍ଟସର୍କିଟରେ ଜଳିଗଲା ଫ୍ୟାନ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଆଜି ସକାଳେ ରୋଗୀଙ୍କ କକ୍ଷକୁ ଯିବା ରାସ୍ତାରେ ସର୍ଟସର୍କିଟ ଯୋଗୁଁ ଏକ ଫ୍ୟାନଟି ପୁରାପୁରି ଜଳିଯାଇଛି l

ଏନେଇ ସେଠାରେ ଚିକିତ୍ସିତ ରୋଗୀମାନେ ଭୟଭୀତ ହୋଇପଡିଥିଲେ l

ରାତିରେ ଗ୍ୟାରେଜରୁ ବାଇକ୍ ଚୋରି; ଭିଡ଼ିଓ ଭାଇରଲ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସଦୁଆଳ ମାର୍କେଟ କମ୍ପ୍ଲେକ୍ସର ଥିବା ସମର୍ଜିତ କର ସକାଳେ ଗ୍ୟାରେଜ ଖୋଲିବାକୁ ଆସିବା ବେଳେ ଏକ ପୁରୁଣା ପାଇକ ନଥିବା ଦେଖିବାକୁ ପାଇଥିଲେ।

ଦୋକନରେ ଥିବା ସିସିଟିଭି କ୍ୟାମେରାରେ ଚେକ କଲା ପରେ ରାତ୍ର ସମୟରେ କେହି ଜଣେ ପୁରୁଣା ବାଇକ ଗୋଟିଏ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ସେ ଅଭିଯୋଗ କରିଛନ୍ତି।

Nuakhai wishes