ଢିହିରାକୁଳ ଗ୍ରାମ ରେ ଅଷ୍ଟ ପ୍ରହର ନାମଯଜ୍ଞ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମ ବାବା ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଆରମ୍ଭ ହୋଇଛି ଅଷ୍ଟପ୍ରହର ନାମ ଯଜ୍ଞ ।

ନାମ ସଙ୍କୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ନାମ ଯଜ୍ଞ ଆସନ୍ତାକାଲି ସମାପନ ହେବ ।

ପତ୍ନୀ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁମ୍ଭାରୀମୁଣ୍ଡକଟା ଗ୍ରାମରେ 2017 ମସିହାରେ ପାରିବାରିକ ବିବାଦରୁ ହୋଇଥିବା ପତ୍ନୀ ହତ୍ୟା ମାମଲାରେ ଆଜି ଜିଲ୍ଲା ସେସନ୍ସ ଜଜକୋର୍ଟ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି l

ବିଜେପି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ବେଆଇନ ଭାବେ ପାଣି ଓ ବାଲି ହରିଲୁଟ ହେଉଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଆଜି ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ କରିବା ସହ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଉଦଳା ଏନଏସିର ଅଧକ୍ଷା ପ୍ରମିଳା ପଣ୍ଡା, ୱାର୍ଡ କାଉନସିଲର ଧୀରେନ୍ଦ୍ର ଖଣ୍ଡେଲୱାଲ ଏବଂ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଉପସ୍ଥିତ ଥିଲେ।

ଝୁଲନ୍ତା ମୃତ ଦେହ ଉଦ୍ଧାର; ତଦନ୍ତ ଜାରି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ପେଡାଗଡ଼ି ପଞ୍ଚାୟତ କରପଦା ଗ୍ରାମର ବିଲ ମଧ୍ୟରେ ଥିବା ଏକ ଗଛରୁ ଗ୍ରାମର ସନ୍ତପୁରା ମାର୍ଣ୍ଡି (୫୨)ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।

ମୃତ୍ୟୁ କାରଣ ଜଣା ପଡିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଅସାନୀ ପ୍ରଭାବରେ ବିଶୋଇରେ ବର୍ଷା

ସାମୁଦ୍ରିକ ବାତ୍ୟା ଆସିନୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି।

ସକାଳୁ ସକାଳୁ ଆକାଶ ମେଘୁଆ ଥିବା ବେଳେ ମଝିରେ ଟିକେ ସୂର୍ଯ୍ୟଙ୍କ ତାପ ଅନୁଭୂତ ହେଉଥିଲା। ବର୍ଷା ଯୋଗୁଁ ଜନଜୀବନ ଆଶ୍ବସ୍ତ ଲାଭ କରିବ।

ବିଚାରଧୀନ କଏଦୀଙ୍କ ମେଡ଼ିକାଲରେ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୟାତାରଣା ଗ୍ରାମର ରାଜେଶ ସିଂ ନାମକ ଜଣେ ବିଚାରାଧୀନ କଏଦିଙ୍କର ଆଜି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି।

ରାଜେଶ ଏକ ଚୋରି ଅଭିଯୋଗରେ ବେତନଟୀ ପୁଲିସ ଦ୍ବାରା ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବରେ ବାରିପଦାର ମଣ୍ଡଳ କାରାଗାରରେ ରହୁଥିଲେ। ଦେହ ଅସୁସ୍ଥ ଥିବାରୁ ଗତ ୬ ତାରିଖ ଠାରୁ ତାଙ୍କୁ ବାରିପଦାର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନାମିଳିଛି।

ପୁରୀ ପରେ ଏବେ ମୟୁରଭଞ୍ଜ ଯିବେ ଅପରାଜିତା

ପୂରା ଆକ୍ସନ ମୁଡରେ ଅଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ l ପୁରୀଗସ୍ତକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଏବେ ମହୋଦୟା ସ୍ଥାନୀୟ ନେତୃତ୍ୱଙ୍କ ଆଗ୍ରହ କ୍ରମେ ଆସନ୍ତା ୧୨ ତାରିଖ ( ଗୁରୁବାର )ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦା ଆସୁଛନ୍ତି l

ଏହି ଅବସରରେ ସାଂସଦ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବେ l

ଖୁଣ୍ଟା ପୁରୁଣାପାଣି ଛକଠାରେ ରାଜରାସ୍ତା ଅବରୋଧ

ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦାବି କରି ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଂଜସେନା ପକ୍ଷରୁ ଖୁଣ୍ଟା ପୁରୁଣାପାଣି ଛକଠାର ରାଜରାସ୍ତା ଉପରେ ସଂଗଠନ ପକ୍ଷରୁ ୪ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ , ଗୁଣାତ୍ମକ ଶିକ୍ଷା , ଉତ୍ତମ ସ୍ଵାସ୍ଥ୍ୟସେବା , ପର୍ଯ୍ୟଟନ ବିକାଶ ସହ ଶିଳ୍ପ ପ୍ରତିଷ୍ଠା ଆଦି ଦାବିକୁ ନେଇ ଏହି ବିକ୍ଷୋଭ କରାଯାଇଛି ।

ଭଞ୍ଜସେନା ପକ୍ଷରୁ ଉଦଳା କଲେଜ ରୋଡ଼ରେ ରାସ୍ତାରୋକ

ମୟୁରଭଞ୍ଜ ବାସୀଙ୍କୁ ପାନୀୟ ଜଳ, ଉନ୍ନତ ସ୍ୱାସ୍ଥ୍ୟ ସେବା, ଉନ୍ନତ ବିଦ୍ୟୁତ ସେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା କରି ରୋଜଗାର କ୍ଷମ କରିବା ଏମିତି ଅନେକ ଦାବି ନେଇ ଆଜି କପ୍ତିପଦା ଉପଖଣ୍ଡ ଉଦଳା କଲେଜ ରୋଡ଼ରେ ଉଦଳା ଭଞ୍ଜ ସେନା ପକ୍ଷରୁ ରାସ୍ତା ରୋକ ସହିତ ହରତାଳ କରିଛନ୍ତି ।

ଏଥିରେ ସଭାପତି ରବିନ ମହାନ୍ତି ଓ ତାଙ୍କ ସଙ୍ଗର ସଦସ୍ୟମାନେ ସାମିଲ ଅଛନ୍ତି।

୫ ଦଫା ଦାବୀ ନେଇ ରାଜରାସ୍ତାରେ ଭଞ୍ଜସେନାର ବିକ୍ଷୋଭ

ମୟୁରଭଞ୍ଜ ଜିଲ୍ଳା ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉନ୍ନତ ସ୍ବାସ୍ଥ୍ୟ ସେବା, ଉନ୍ନତ ବିଦ୍ୟୁତ ସେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପ୍ରତିଷ୍ଠା କରି ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ଦାବୀ ନେଇ ଭଞ୍ଜସେନା ଆବାହକ କଳିଙ୍ଗ କେଶରୀ ଜେନାଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ୬ ଟାରୁ ଦିନ ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଜିଲ୍ଲାସାର ରାଜରାସ୍ତା ଉପରେ ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ହରତାଲରେ ବହୁ ମହିଳା,ପୁରୁଷ,ଯୁବକ,ଯୁବତୀ,କିନ୍ନର ସାମିଲ ଥିଲେ।

Nuakhai wishes