ପାରାଦୀପରେ ନିଆଁ ଲାଗି ଜଳିଗଲା ବାଣ ଦୋକାନ

ଲକ୍‌ ଥାନା ନୂଆଗଡ଼ ଛକରେ ଥିବା ବାଣ ଦୋକାନ ଜଳିଗଲା।

ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ବେଳେ ନିଆଁକୁ ଆୟତ୍ତ କଲେ ସ୍ଥାନୀୟ ଲୋକେ। ଭୋର ସମୟରେ ଅଗ୍ନିକାଣ୍ଡ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

ପାରାଦୀପ-ଚଣ୍ଡିଖୋଲ ରାସ୍ତାର ହାତୀଟାଙ୍କି ନିକଟରେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାତାୟାତ ବନ୍ଦ କରିଛି। ପାରାଦୀପରୁ ଗ୍ୟାସ୍‌ ଲୋଡ ହୋଇ ଯିବା ବେଳେ ଦୁର୍ଘଟଣା ଘଟିଥିଲା।

୨୦ ଲକ୍ଷ ଦାବିରେ ଶବ ରଖି ଧାରଣା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସାଇଲୋ ଭିତରଣା କୋକିଠେଙ୍ଗରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଘର ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି।

୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ଧାରଣାରେ ବସିଲେ ପରିବାର। ଗତକାଲି ଗାଁର ଜଣେ ଯୁବକ ୨ ଜଣଙ୍କୁ କୁରାଢ଼ିରେ ହାଣି ପକାଇଥିଲା।ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲା।

ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ସାଇଲୋ ପଞ୍ଚାୟତ ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ କରିଛି ସେହି ଗାଁର ଜଣେ ଯୁବକ।

ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। କାହିଁକି ଏପରି ଭାବେ ଦୁଇଜଣଙ୍କୁ ହାଣିଲା ଜଣାପଡ଼ି ନାହିଁ।

ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ସାଇଲୋ ପଞ୍ଚାୟତ ଭିତରଣାରେ ୨ ଜଣଙ୍କୁ କୁରାଢ଼ିରେ ଆକ୍ରମଣ କରିଛି ସେହି ଗାଁର ଜଣେ ଯୁବକ।

ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। କାହିଁକି ଏପରି ଭାବେ ଦୁଇଜଣଙ୍କୁ ହାଣିଲା ଜଣାପଡ଼ି ନାହିଁ।

୨୬ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯିବା ସହ ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି।

ଜୁଆର ଓ ପବନ ଆଶଙ୍କାରେ ଆଜିଠୁ ୨୬ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ଏବଂ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ଦଶତୁଠ କାମ ବେଳେ ନଦୀରେ ବୁଡ଼ି ୨ ମୃତ

ଜଗତସିଂହପୁର ଜିଲ୍ଲା ବାରେଡ଼ିଆ ଗାଁ ଦେବୀନଦୀରେ ଦଶତୁଠ ଚାଲିଥିବା ବେଳେ ଅଘଟଣ ଘଟିଛି।

ଭାସି ଯାଇ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯବାନଙ୍କ ଚାଲିଥିଲା ଦଶାହକର୍ମ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଘରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ଚାଲିଛି ସିବିଆଇ ରେଡ

୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ପାରାଦୀପ ପୋର୍ଟ ହେଲ୍‌ଥ ଅର୍ଗାନାଇଜେସନ ଅଫିସର ଆର୍.ଏନ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ସିବିଆଇ।

ତାଙ୍କ ଘରୁ କୋଟିଏ ଟଙ୍କା ସହ ବିପୁଳ ପରିମାଣର ଡଲାର, ବିଦେଶୀ ମଦ ଓ ଦାମୀ ସିଗାରେଟ୍ ମିଳିଥିବା ସୂଚନା ମିଳିଛି। ସେ ଗୋଟିଏ ସିପିଂ ଏଜେନ୍ସୀ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ବିବାହ ପାଇଁ ପଞ୍ଜିକରଣ କଲେ ବିଧାୟକ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ନେଇ କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ସୂଚନା ମିଳିଛି ।

ଏ ନେଇ ବିଜୟ ଶଙ୍କର ଦାସଙ୍କ ପ୍ରେମିକା ବୋଲି ଦାବି କରୁଥିବା ସୋମାଲିକା କହିଛନ୍ତି, ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି। ବିଜୟଙ୍କୁ ଛାଡ଼ିବିନି, କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି ବୋଲି ସେ କହିଛନ୍ତି।

ଅପହୃତ ଯୁବକଙ୍କୁ ଉଦ୍ଧାର କଲେ ପରିବାର

କଟକ ଖାନନଗର ବସ୍‌ଷ୍ଟାଣ୍ଡରୁ ଯୁବକଙ୍କୁ ଅପହରଣ ଘଟଣାରେ ଜଗତସିଂହପୁର ଜଇପୁରରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲେ ପରିବାର।

ଲିଫ୍ଟ ବାହାନାରେ ଯୁବକଙ୍କୁ ନିଶା ଦେଇ ମାଡ଼ମାରିବା ସହ ଟଙ୍କା ଲୁଟ୍‌ କରିଥିଲେ। ATMରୁ ୫ ଥର ଉଠାଣରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ସୁନା ଲୁଟ୍ କରିଛନ୍ତି। ଅପହୃତ ଯୁବକ କୁଜଙ୍ଗ ବ୍ଲକ ମାଧପୁର ଗାଁର ହୋଇଥିବା ସୂଚନା ମିଳିଛି।

Nuakhai wishes