ଗଜପତିରେ କାଲି ସବୁ ସ୍କୁଲ ଛୁଟି

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ କାଲି ସବୁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ନିର୍ଦ୍ଦେଶ ଦେଇଛନ୍ତି।

ମୋହନାରେ ମହାବଳ ବାଘ ୨ଟି ଗୋରୁଙ୍କୁ ମାରି ଖାଇଥିବା ଅଭିଯୋଗ

ଗଜପତି ଜିଲ୍ଲା ଉଦୟଗିରି ବନାଞ୍ଚଳ ଓଆମା ଗାଁରେ ଜଣଙ୍କ ବଳଦ ଓ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି।

ଏନେଇ ବନବିଭାଗ ତଦନ୍ତ କରୁଛି।

ବନବିଭାଗ କ୍ୟାମେରାରେ କଏଦ ହେଲା ମହାବଳ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଁଳାବର ଗାଁ ଜଙ୍ଗଲରେ ଦେଖିବାକୁ ମିଳିଲା ମହାବଳ।

ମହାବଳ କ୍ୟାମେରାରେ କଏଦ ହୋଇଥିବା ACF ସୂଚନା ଦେଇଛନ୍ତି।ନିକଟରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଥିଲା ମହାବଳ।

୯ କୋଟି ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ କଲା ପୁଲିସ

ଗଜପତି ଜିଲ୍ଲା ମୋହନା ଯୁବ ପଞ୍ଚାୟତ ବମ୍‌ ଗାଁରେ ଗଞ୍ଜେଇ ଫସଲ ନଷ୍ଟ କଲା ପୁଲିସ।

୪୫ ଏକର ଜଙ୍ଗଲ ଜମିରେ କରାଯାଇଥିଲା ଗଞ୍ଜେଇ ଚାଷ।

ବିରୁଡ଼ି ଆକ୍ରମଣରେ ୫ ଗୁରୁତର

ଗଜପତି ଜିଲ୍ଲା ମୋହନା ଖାରିକୁଆ ଗାଁରେ କାଜୁ ବଗିଚାରେ କାମ କଲା ବେଳେ ବିରୁଡ଼ି ଆକ୍ରମଣ କରିଛି।

ଏଥିରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ସମସ୍ତ ଶ୍ରମିକଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି।

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍‌, ୧୫ ଆହତ

ଗଜପତି ଜିଲ୍ଲା ଅଡ଼ବା ଥାନା କୁଡିକିମା ଇନ୍ଦ୍ରପୁର ଘାଟିରେ ଓଲଟିଲା ବସ୍‌।

୧୫ ଆହତଙ୍କୁ ବିରିକୋଟ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ୩୩ ଯାତ୍ରୀଙ୍କୁ ନେଇ ଲଦିଗୁଡ଼ାରୁ ମୋହନା ଯାଉଥିଲା ବସ୍‌।

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍‌, ୧୫ ଆହତ

ଗଜପତି ଜିଲ୍ଲା ଅଡ଼ବା ଥାନା କୁଡିକିମା ଇନ୍ଦ୍ରପୁର ଘାଟିରେ ଓଲଟିଲା ବସ୍‌।

୧୫ ଆହତଙ୍କୁ ବିରିକୋଟ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ୩୩ ଯାତ୍ରୀଙ୍କୁ ନେଇ ଲଦିଗୁଡ଼ାରୁ ମୋହନା ଯାଉଥିଲା ବସ୍‌।

ରାସ୍ତା ତଳକୁ ଖସିଲା ବସ୍‌

ଗଜପତି ଜିଲ୍ଲା ମୋହନା ହିକିରିକୁପା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ବସ୍‌ଟି ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିଲା। ବସ୍‌ରେ ଥିବା ୩୫ ଯାତ୍ରୀ ଅଳ୍କକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଅନ୍ୟବସ୍‌ରେ ନିଜ ଗନ୍ତବ୍ୟସ୍ଥଳ ଗଲେ ଯାତ୍ରୀ।

ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

ଗଜପତି ଜିଲ୍ଲା ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଏହି ଡବଲ୍ ମର୍ଡର ଘଟଣା ଘଟିଛି।

ସ୍ୱାମୀ ମୃତ୍ୟୁ ଖବର ଶୁଣି ଆସୁଥିବା ବେଳେ ବାଟରେ ସ୍ତ୍ରୀକୁ ହତ୍ୟା କାଯାଇଛି। ପ୍ରାୟ ୨୦୦ ମିଟର ଦୂର ଉପରସାହିରେ ରହୁଥିବା ସ୍ତ୍ରୀକୁ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ହାଣି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। କାଲି ଘରେ ପଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ ୨/୩ ଦୁର୍ବୃତ୍ତ।

Nuakhai wishes