ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କୁନୂଆଁ ଠାରେ ଏକ ହାତୀ ତାର ଜନ୍ମ କଲା ଛୁଆକୁ ଛାଡି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ।

ସ୍ଥାନୀୟ ଲୋକେଙ୍କ ଠାରୁ ଖବରପାଇ ବନବିଭାଗ କର୍ମଚାରୀମାନେ ପହଂଚି ହାତୀ ଛୁଆକୁ ଉଦ୍ଧାର କରିବା ସହ କପିଳାସ ଚିଡିଆଖାନା ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।
କିନ୍ତୁ ସେଠାରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି।

ତୃତୀୟାଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଆଜି ଶ୍ରୀ ତୃତୀୟାଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି ।

ଏହା ପରେ ମହାପ୍ରଭୁଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।

ହାତୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜଗନ୍ନାଥ ମନ୍ଦିରରେ ଆଜି ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।

୧୦୮ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

୧୦୮ ଜଳରେ ସ୍ନାନ କଲେ ମହାପ୍ରଭୁ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଆଜି ବଳଦେବଜୀଉଙ୍କ ମନ୍ଦିରରୁ ଶ୍ରୀ ଜୀଉମାନେ ବାହାରି ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପରେ ପହଞ୍ଚିଥିଲେ ।

ଏହାପରେ ପୂଜାପଣ୍ଡା ଓ ସେବାୟତମାନେ ଶ୍ରୀ ଜୀଉଙ୍କୁ ୧୦୮ ଜଳରେ ସ୍ନାନ କରାଇଥିଲେ।

ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଆଳତୁମା ଗ୍ରାମରେ ଆଜି ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ସକାଳୁ ମହାପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ କରାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା।

ଢେଙ୍କାନାଳ ବଜାରରେ ମନ କିଣୁଛି ରଜ ପାନ

ଢେଙ୍କାନାଳ ଜିଲ୍ଲା ସଦ ର ବିଭିନ୍ନ ବଜାରରେ ଆଜି ପହିଲି ରଜ ଉପଲକ୍ଷେରେ ପାନ ବିକ୍ରି ହେଉଛି।

ବିଭିନ୍ନ ପ୍ରକାର ପାନ ଖାଇ ଲୋକମାନେ ତା’ର ମଜା ନେଉଥିବା ଦେଖିବାକୁ ମିଳିଛି।

ଗୋବିନ୍ଦପୁରରେ ରଜ ପର୍ବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଆଜି ମହର୍ଷି ଦୟାନନ୍ଦ ସର୍ଭୀସ ମିସନ ତରଫରୁ ରଜ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ରାଜ୍ୟ ସଭା ସଦସ୍ୟ ଶ୍ରୀମତି ସୁଲୋଚନା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Nuakhai wishes