ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଡ଼ାଳ କାଟୁଥିବା ବେଳେ ଅଘଟଣ ଘଟିଛି।

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ।

ଛୁଆକୁ ବଞ୍ଚାଇବାକୁ ଯାଇ ମାଆ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁର ଗାଁରେ ଏହି ଘଟଣା ଘଟିଛି।

ଚୁଲିରେ ପାଣି ଗରମ କରୁଥିବା ବେଳେ ଛୁଆ ପଡ଼ିଯାଇଥାଆନ୍ତା,ଛୁଆକୁ ଟାଣି ଆଣୁଥିବା ବେଳେ ଶାଢ଼ିରେ ନିଆଁଲାଗି ଜଳିଗଲେ। ମାଆକୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି।

ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସଦର ରେଞ୍ଜ ଚାଉଳିଆ ଗାଁରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ।

ଧାନ ବିଲକୁ ଯିବା ବେଳେ ବାଟରେ ମାରିଲା ଦନ୍ତା।

ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତାର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତାର ମୃତ୍ୟୁ ଘଟିଛି।

ଟ୍ରାଙ୍କୁଲାଇଜ୍‌ କରି ବୌଦ୍ଧରୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଘର ମାଲିକଙ୍କୁ ପିଟିପିଟି ହତ୍ୟା କଲା ଭଡ଼ାଟିଆ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁ ଶବର ସାହିରେ ହତ୍ୟାକାଣ୍ଡ ଘଟିଛି।

ଘର ଛାଡ଼ିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ଅଛି।

ନିଆଁ ପୁଇଁବା ବେଳେ ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ବାମ ପଞ୍ଚାୟତ ଚାଉଳିଆ ଝରଣ ଗାଁରେ ନିଆଁ ପୁଇଁବା ବେଳେ ଅଘଟଣ ଘଟିଛି।

ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି।

ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ସୂଚନା ମିଳିଛି।ଵଆଉ ଜଣେ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମହୁମାଛି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାଦୁଆ ଗାଁର ୨ ଜଣ ବିଲରୁ ଫେରିଲା ବାଟରେ ମହୁମାଛି ଆକ୍ରମଣ କରିଥିଲା।

ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି।

Nuakhai wishes