ମହିଳାଙ୍କୁ ବିଭତ୍ସ ହତ୍ୟା

କଟକ ବାରଙ୍ଗ ଗୋଡ଼ିସାହି ଗାଁରେ ମହିଳାଙ୍କୁ ହତ୍ୟା କରାଯାଇଛି।

ମୃତ ମହିଳାଙ୍କ ନାଁ ଉର୍ମିଳା ବିଶ୍ବାଳ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ବାରଙ୍ଗ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ

ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ବସିବ।

ବୈଠକରେ CBI, ED, NCB, କଷ୍ଟମ, ପ୍ରମୁଖ ଅଧିକାରୀ ଯୋଗଦେବେ। କଳାଧନ କାରବାର ରୋକିବା ନେଇ ଆଲୋଚନା ହେବ।

ଘରୁ ଦମ୍ପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

କଟକ ଜିଲ୍ଲା ନରସିଂହପୁର ମାଣିଆବନ୍ଧ ଥାନା ମାଣିଆବନ୍ଧ ଗାଁରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମହାନଦୀରୁ ୬୦ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର

କଟକ ଜାତମୁଣ୍ଡିଆ ବ୍ରିଜ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି।

ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥିଲା ନାଗମୂର୍ତ୍ତି। ପାଣିରେ ବୁଡି ଖୋଜିବାରୁ ଗୋଟିଏ ପରେ ଗୋଟିଏ ମୂର୍ତ୍ତି ମିଳିଥିଲା। ଉଦ୍ଧାର ନାଗମୂର୍ତ୍ତିକୁ ନିକଟ ଶିବ ମନ୍ଦିରରେ ରଖାଯାଇଛି।

ହାଇୱାକୁ ପଛରୁ ପିଟିଲା ବସ୍‌; ୪ ଆହତ

କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଗୋଲେଇ ଛକ ନିକଟରେ ବସ୍‌ ଦୁର୍ଘଟଣା ଘଟିଛି।

୪ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୪୦ ଯାତ୍ରୀଙ୍କୁ ଧରି କଟକରୁ ନରସିଂହପୁର ଯାଉଥିଲା ବସ୍‌।

ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ହାଇକୋର୍ଟରେ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ ହୋଇଛି।

ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ।ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍। ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ।

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ।

ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ କଲେ। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ।

ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରେଶ୍ବର ଥାନା ଏଏସଆଇ

ଭଦ୍ରେଶ୍ବର ଥାନା ପରିସରରେ ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଧରିଲା ଭିଜିଲାନ୍ସ।

ଏକ ମାମଲାରେ ଦଫା କୋହଳ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ।

Nuakhai wishes